fbpx

ସୁଧାକର ନନ୍ଦଙ୍କୁ ସଙ୍ଗୀତ ଓ ନାଟକ ଏକାଡେମୀ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘୋଷଣା ହୋଇଛି ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର। ଭଦ୍ରକର ବିଶିଷ୍ଟ ରାଜନୀତିଜ୍ଞ,ସାହିତ୍ୟିକ ତଥା ଯଶସ୍ୱୀ ନାଟ୍ୟକାର ଶ୍ରୀ ସୁଧାକର ନନ୍ଦ ପାଇବେ ୨୦୧୯ ମସିହାର ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ।

ଉଭୟ ରାଜନୀତି ଓ ସାହିତ୍ୟରେ ଶ୍ରୀ ନନ୍ଦଙ୍କର ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି।ତାଙ୍କ ରଚିତ ବହୁ ନାଟକ ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି। ଏକାଡେମୀ ପୁରସ୍କାର ହାସଲ କରିଥିବା ଶ୍ରୀ ନନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

Get real time updates directly on you device, subscribe now.