fbpx

ଏଣିକି ବିଛଣାରେ ପଡୁ ପଡୁ ଆସିଯିବ ନିଦ, ଆପଣାନ୍ତୁ ୬୦ ସେକେଣ୍ଡରେ ନିଦର ଏହି ସହଜ ଟ୍ରିକ୍‌

ବହୁତ ଲୋକ ଅଭିଯୋଗ କରିଥାନ୍ତି ଯେ, ରାତିରେ ବହୁ ସମୟ ବିଛଣାରେ ପଡିବା ପରେ ସେମାନଙ୍କ ଆଖିକୁ ନିଦ ଆସୁନାହିଁ । ନିଦ ନ ଆସିବା ପଛରେ ଆମର ଭୁଲ୍ ଜୀବନଶୈଳୀ ଅଧିକ ମାତ୍ରାରେ ଦାୟୀ । ଅଧିକ ସୁଗାର ଓ ଫ୍ୟାଟ୍ ବାଲା ଡାଏଟ୍ ଏହା ପଛରେ ବଡ କାରଣ ଅଟେ । ଷ୍ଟ୍ରେସ, ରାତିରେ ବିଳମ୍ବରେ ଖାଦ୍ୟ ଖାଇବା ଓ ବେଡ୍‌କୁ ଯିବା ପରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଫୋନ୍ ଦେଖିବା ଆଦି କାରଣଣୁ ମଧ୍ୟ ରାତିରେ ନିଦ ଶୀଘ୍ର ଆସି ନ ଥାଏ ।

ଯଦି ଆପଣ ବି ଏହି ସମସ୍ୟାରେ ପୀଡିତ ତେବେ ୬୦ ସେକେଣ୍ଡର ଏକ ଟ୍ରିକ୍ ଫଲୋ କରନ୍ତୁ । ମାତ୍ର କିଛି ଦିନ ଏହି ଟ୍ରିକ୍ ଫଲୋ କରିବା ପରେ ଆପଣଙ୍କୁ ମାତ୍ର ୬୦ ସେକେଣ୍ଡରେ ନିଦ ଆସିଯିବ । ଲିଡିଂ ହେଲ୍‌ଥ ୱେବସାଇଟ୍ ହେଲ୍‌ଥ ଲାଇନ୍ ଏହାର ଏକ ରିପୋର୍ଟରେ ନିଦର ଏହି ୬୦ ସେକେଣ୍ଡ ଟ୍ରିକ ବିଷୟରେ ଖୁଲାସା କରିଛି ।

ଏଥିପାଇଁ ଆପଣ ବେଡ୍‌କୁ ଯାଇ ମନକୁ ପୁରା ଶାନ୍ତ ରଖନ୍ତୁ । ଶରୀରର ମାଂସପେଶୀକୁ ଢିଲା କରି ଆରାମ ମୁଦ୍ରାରେ ପଡି ରହନ୍ତୁ । ଏହାପରେ ଧୀରେ ଧୀରେ ନିଃଶ୍ୱାସ ପ୍ରଶ୍ୱାସ ନିଅନ୍ତୁ । ପ୍ରଥମେ ପ୍ରଥମେ ଏହି ଟ୍ରିକ୍‌ରେ ନିଦ ଆସିବାରେ ୨ ମିନିଟ୍ ସମୟ ଲାଗିବ । କିଛି ଦିନର ଅଭ୍ୟାସ ପରେ ଆପଣଙ୍କୁ ୬୦ ସେକେଣ୍ଡ ଅର୍ଥାତ୍ ବେଡ୍‌କୁ ଯିବାର ମାତ୍ର ୧ ମିନିଟ୍ ପରେ ନିଦ ଆସିଯିବ । କିନ୍ତୁ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ବି ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.