fbpx

ଓମିକ୍ରନକୁ ସ୍ୱଳ୍ପ ପ୍ରଭାବୀ ବୋଲି ପରାମର୍ଶ ଦେବା ବିପଦଜନକ: WHO

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କୋଭିଡ୍ ମହାମାରୀ ସହ ଲଢ଼େଇ କରୁଛି । ଏହି ସମୟରେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ମାନେ କୋଭିଡ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରମ ଡେଲଟା ଠାରୁ ସ୍ୱଳ୍ପ ପ୍ରଭାବୀ ବୋଲି ମତ ଦେଇଛନ୍ତି । ପରୋକ୍ଷରେ କହିଲେ ଏହି ଭାରିଆଣ୍ଟକୁ ସ୍ୱଳ୍ପ ବୋଲି ଦର୍ଶାଇଛନ୍ତି । ତେବେ ଏହି କଥାକୁ ନେଇ ଏବେ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ବୟାନ ଜାରି କରିଛି । ଡବ୍ଳୁଏଚଓର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ଓମିକ୍ରନକୁ ମାଇଲ୍ଡ ବା ସ୍ୱଳ୍ପ ବୋଲି ପରାମର୍ଶ ଦେବା ବିପଦଜନକ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ରୋଗ ଏପିଡେମୋଲୋଜିଷ୍ଟ ମାରିଆ ଭାନ୍ କେରଖୋଭ୍ କହିଛନ୍ତି ଯେ, ଅଧିକ ସରଳୀକୃତ କଥା ବିପଦଜନକ ହୋଇପାରେ । ଡେଲଟା ତୁଳନାରେ ଓମିକ୍ରନରେ ହସ୍ପିଟାଲରେ ଭର୍ତ୍ତି ହେବାର ମାମଲା କମ୍ ଥିବାରୁ ଏହାକୁ ସ୍ୱଳ୍ପ ଲକ୍ଷଣ ଯୁକ୍ତ ବୋଲି ପରାମର୍ଶ ଦେବା ବିପଦଜନକ ହୋଇପାରେ । କମ୍ ରିସ୍କରେ ମଧ୍ୟ ମାମଲା ଗମ୍ଭୀର ହୋଇପାରେ । ତେଣୁ ସାବଧାନ ରୁହନ୍ତୁ ।

ପୂର୍ବରୁ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓମିକ୍ରନକୁ ନେଇ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହିତ ଓମିକ୍ରନ ଦେଶରେ କୋଭିଡ୍ ସୁନାମୀ ଆଣିପାରେ, ତେଣୁ ସାର୍ବଜନୀକ ସ୍ଥାନରେ ଲୋକଙ୍କ ଏକାଠିକୁ ରୋକାଯାଉ ବୋଲି ପରାମର୍ଶ ଦେଇଥିଲା ଡବ୍ଲୁଏଚଓ ।

Get real time updates directly on you device, subscribe now.