fbpx

ବାଲୁଚିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୯ ପୋଲିସ ମୃତ

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିବା କଥା ସାମ୍ନାକୁ ଆସିଛି । ବିସ୍ଫୋରଣ ଘଟିବା ଫଳରେ ୯ଜଣ ପୋଲିସଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଅନେକ ଆହତ ହୋଇଛନ୍ତି । ପାକିସ୍ତାନ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାରେ ଗାଡିଟି ସଂପୂର୍ଣ୍ଣ ଓଲଟି ପଡିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ବାଲୁଚିସ୍ତାନ ବୋଲାନ ଅଂଚଳର ସାଇବି ଏବଂ କାଚି ସୀମାରେ ଅବସ୍ଥିତ କାମ୍ବ୍ରିଜ ବ୍ରିଜରେ ଏପରି ବିସ୍ଫୋରଣ ଘଟିଛି । ପାକିସ୍ତାନର ଡେଲିଡାଉନ ରିପୋର୍ଟରେ କୁହାଯାଇଛି ଯେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ବେଳେ ବର୍ତ୍ତମାନ ଏନେଇ ଅନେକ ଅନୁସନ୍ଧାନ ଚାଲୁ ରହିଛି । ପୋଲିସ ମାନେ ତାଙ୍କ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତି । ବିସ୍ଫୋରଣ ଫଳରେ ପୋଲିସ ଗାଡି ସଂପୂର୍ଣ୍ଣ ଓଲଟି ପଡିଛି ।

ଏହା ପାକିସ୍ତାନର ଏକ ବଡ ଦୁର୍ଘଟଣା ଯେଉଁଥିରେ ୯ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୫ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.