fbpx

ECIଙ୍କ ନିର୍ଦ୍ଦେଶ ପରେ ସୁଜାତା ପାଣ୍ଡିଆନଙ୍କୁ ବଦଳି କଲେ ରାଜ୍ୟ ସରକାର; ଶାଳିନୀ ପଣ୍ଡିତ ହେଲେ ମିଶନ ଶକ୍ତି ସଚିବ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) IAS ସୁଜାତା ପାଣ୍ଡିଆନଙ୍କୁ ଅର୍ଥ ସ୍ୱତନ୍ତ୍ର ସଚିବ ଭାବେ ବଦଳି । ସୁଜାତା ପାଣ୍ଡିଆନଙ୍କୁ ଗତକାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ବିଜେପିର ସାଙ୍ଘାତିକ ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଇଥିଲେ । ଭୋଟରଙ୍କୁ ଧମକାଉଥିବା ଅଭିଯୋଗ କରିଥିଲା ବିଜେପି । ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ ପରେ ରାଜ୍ୟ ସରକାର ଆଜି ବିଜେଡିର ନମ୍ବର-ଟୁ ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଛନ୍ତି । ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡ଼ିଛି ।

ସୁଜାତା ନିଜର ପଦ ଓ କ୍ଷମତାର ଦୁରୂପଯୋଗ କରି ବିଜେଡିର ଏଜେଣ୍ଟ ଭାବେ ମିଶନଶକ୍ତି ମହିଳା ଏସଏଚଜିଙ୍କୁ ପ୍ରଭାବିତ କରୁଥିଲେ ବୋଲି ବିଜେପି ଗତକାଲି ଅଭିଯୋଗ କରିଥିଲା । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ତଥା ମିଶନ ଶକ୍ତି ବିଭାଗର ସଚିବ ତଥା କମିଶନର ସୁଜାତା କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ।

Get real time updates directly on you device, subscribe now.