fbpx

ଶାସ୍ତ୍ରୀୟ ସଙ୍ଗୀତ ପାଇଁ ‘ସୁନନ୍ଦା ସମ୍ମାନ’

Advertisement

ଭୁବନେଶ୍ୱର,୨୨ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଏଣିକି ଶାସ୍ତ୍ରୀୟ ସଙ୍ଗୀତ ପାଇଁ ମିଳିବ ‘ସୁନନ୍ଦା ସମ୍ମାନ ‘। ଏହି ସମ୍ମାନ ବିଶିଷ୍ଠ ସଙ୍ଗୀତ ଗୁରୁ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଦିଆଯିବ ।ଏହି ସମ୍ମାନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦିଆଯିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରତିବର୍ଷ ‘ସୁନନ୍ଦା ସମ୍ମାନ’ରେ ଜଣେ ବିଶିଷ୍ଟ ଗାୟକଙ୍କୁ ସମ୍ମାନିତ କରାଯିବ । ଏହା ବ୍ୟତୀତ ରାଜ୍ୟ ସରକାର ସୁନନ୍ଦାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ବାଦ୍ୟଯନ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଦାନ କରିବାକୁ ଅନୁରୋଧ କରିବେ ଯାହା କି ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ତାଙ୍କ ସ୍ମୃତିରେ ଏକ ଗ୍ୟାଲେରୀ ସ୍ଥାପନ କରାଯାଇପାରିବ ବୋଲି ଜଣେ ଅଧିକରୀ କହିଛନ୍ତି ।

Get real time updates directly on you device, subscribe now.