fbpx

ପ୍ରଥମ ଥର ପାଇଁ ମହାକାଶରୁ ନିଜର ଦୁଃଖ ବଖାଣିଲେ ସୁନୀତା; କହିଲେ କେମିତି ବିତୁଛି ଦିନ

ନୂଆଦିଲ୍ଲୀ: ଗତ ସପ୍ତାହରେ ବୋଇଂ ଷ୍ଟାରଲାଇନର କ୍ୟାପସୁଲ ପୃଥିବୀକୁ ଫେରିବା ପରେ ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲ୍ମୋର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଶୁକ୍ରବାର ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର କହିଛନ୍ତି ଯେ ସେମାନଙ୍କ ବିନା ବୋଇଙ୍ଗ୍ କୁ ଉଡ଼ାଣ କରିବା ଏବଂ କକ୍ଷପଥରେ ଅଧିକ କିଛି ମାସ ବିତାଇବାର ସମ୍ଭାବନାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର। ବୋଇଂ ଷ୍ଟାରଲାଇନର ଫେରିବା ପରେ ସୁନୀତା ୱିଲିୟମ୍ସଙ୍କ ଏହା ପ୍ରଥମ ସାର୍ବଜନୀନ ମନ୍ତବ୍ୟ ଥିଲା, ଯାହା ସାହାଯ୍ୟରେ ଦୁହେଁ ଅନ୍ତର୍ଜାତୀୟ ମହାକାଶକୁ ଉଡ଼ାଣ ଭରିଥିଲେ।

ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ରାତି ୧୨ଟା ୧୫ରେ ସୁନିତା ୱିଲିୟମ୍ସଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ଏଥିରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଅନେକ ପ୍ରଶ୍ନର ଉତ୍ତର ଦେବା ସହ ନିଜ ହୃଦୟର କଥା ମଧ୍ୟ କହିଥିଲେ। କଥାବାର୍ତ୍ତା ସମୟରେ ସୁନୀତା କହିଥିଲେ ଯେ “ମୁଁ ଏଠାରେ ଅନ୍ୟ ଏକ ଅରବିଟ୍ ରେ ଅଟକି ରହିଥିଲି ଏବଂ କକ୍ଷପଥରେ ଅନେକ ମାସ ବିତାଇବା କଷ୍ଟକର ଥିଲା, କିନ୍ତୁ ମୋତେ ମହାକାଶରେ ରହିବାକୁ ଭଲ ଲାଗୁଛି ।

ଏହି ସମୟରେ ଉଭୟ ମହାକାଶଚାରୀ କହିଛନ୍ତି, ବୋଇଙ୍ଗର ଷ୍ଟାରଲାଇନ୍ ଆମ ବିନା ପୃଥିବୀକୁ ଫେରିବା ଆମ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା। ବୋଇଙ୍ଗ୍ ର ଷ୍ଟାରଲାଇନରରେ ୱିଲିୟମ୍ସ ଓ ବଚ୍ ୱିଲ୍ମୋର ମହାକାଶକୁ ଯାଇଥିଲେ। ତେବେ ଷ୍ଟାରଲାଇନରରେ ବୈଷୟିକ ତ୍ରୁଟି ଯୋଗୁଁ ଉଭୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଅଟକି ରହିଥିଲେ। ଅତୀତରେ ବୋଇଂର ଷ୍ଟାରଲାଇନର ବିନା କ୍ରୁରେ ପୃଥିବୀରେ ଅବତରଣ କରିଥିଲା। ଏବେ ନାସା ସୁନୀତା ୱିଲିୟମ୍ସ ଏବଂ ୱିଲ୍ମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଉଭୟ କ୍ରୁ ୯ ମିଶନର ଅଂଶ ହେବେ ଏବଂ ୨୦୨୫ ଫେବୃଆରୀ ମାସରେ ପୃଥିବୀକୁ ଫେରିବେ ।

Get real time updates directly on you device, subscribe now.