fbpx

ସୁପର ସ୍ପ୍ରେଡ଼ର ପାଲଟିଲେ ଟ୍ୟୁସନ ସାର, ଏବେ ପାଠପଢ଼ୁଥିବା ୩ ଛାତ୍ର କରୋନା ଆକ୍ରାନ୍ତ

କୋରାପୁଟ, ୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ବହୁ କଟକଣା ଜାରି ମଧ୍ୟ ହୋଇଛି । କଟକଣା ନମାନି ଟ୍ୟୁସନ ସାର ଛାତ୍ରମାନଙ୍କୁ ପାଠ ପଢ଼ାଉଥିଲେ । ପାଠ ପଢ଼ାଉଥିବା ଟ୍ୟୁସନ ସାର କରେନାରେ ଆକ୍ରାନ୍ତ ଥିବା ନେଇ ସୂଚନା ରହିଛି । ରାଜ୍ୟ ସରକାର ଘରୋଇ ଟ୍ୟୁସନ ଉପରେ କଟକଣା ଲଗାଇଥିଲେ ମଧ୍ୟ ସେ ନିୟମ ନମାନି ପାଠ ପଢ଼ାଉଥିଲେ । ଏବେ ତାଙ୍କ ପାଖରେ ପାଠ ପଢ଼ୁଥିବା ୩ଜଣ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହିପରି ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି । ବର୍ତ୍ତମାନ ୩ଜଣ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାସହିତ ତାଙ୍କ ପରିବାରର ସ୍ୱାବ ମଧ୍ୟ ଟେଷ୍ଟ ପାଇଁ ସଂଗ୍ରହ କରାଯାଇଛି । ଏତେ କଡ଼ା କଟକଣା ପରେ ମଧ୍ୟ ସେ କିପରି ଟ୍ୟୁସନ କରୁଥିଲେ ଏହାର ତଦନ୍ତ ଜାରି ରହିଛି । ଉଲ୍ଲେଖଯୋଗ୍ୟ ଯେ ଟ୍ୟୁସନ ସାର ଜଣକ ବ୍ରହ୍ମପୁରରୁ ଫେରି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଘରେ ଭଡ଼ାରେ ରହୁଥିଲେ ।

Get real time updates directly on you device, subscribe now.