ଆଉ ଚିନ୍ତା ନାହିଁ…ଏଣିକି 30 ଟଙ୍କାରେ ଗ୍ରାହକଙ୍କୁ ମିଳିବ ଆଳୁ

ଭୁବନେଶ୍ବର: ଆଳୁକୁ ନେଇ ଦେଖାଯାଇଥିବା ସଙ୍କଟ ଭିତରେ ଖୁସି ଖବର ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 30 ଟଙ୍କାରେ ଆଳୁ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି । ଆଳୁକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଥିବା ବେଳେ ଟେନସନ୍ ନନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତରପ୍ରଦେଶରୁ ଆମଦାନୀ ହେଇଛି ଆଳୁ । ତେଣୁ ଚିନ୍ତା କରନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

କହିରଖୁଛି କି,  ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯାଇଛି । ବୁଧବାର ରାତିରୁ ମୌଳିକ ନିର୍ଦ୍ଦେଶକ୍ରମେ ଆଳୁ ଟ୍ରକ ସୀମା ପାର୍ ନ କରିବାକୁ କଟକଣା ଲଗେଇଛନ୍ତି ପଶ୍ଚିମବଙ୍ଗ ସରକାର । ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସୀମାରେ ଶହ ଶହ ଆଳୁ ଟ୍ରକ୍ ବଙ୍ଗାଲ ଅଧିକାରୀ ଅଟକ ରଖିଛନ୍ତି ।  ପଶ୍ଚିମବଙ୍ଗରେ ଆଳୁର ଗଚ୍ଛିତ ପରିମାଣ କମିବା କାରଣରୁ ମମତା ଦିଦି ଏଭଳି ଘୋଷଣା କରିଛନ୍ତି । ଆଳୁ ରପ୍ତାନୀ ବନ୍ଦ କରିଥିବା ବେଳେ କିନ୍ତୁ ନୂଆ ଆଳୁ ଆସିବା ପରେ ପୁଣି ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି କହିଛନ୍ତି ।