fbpx

ମହାରାଷ୍ଟ୍ରରେ ବଦଳିଯିବ ଔରଙ୍ଗାବାଦ-ଓସମାନାବାଦର ନାମ, ଏହି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ରର ଦୁଇଟି ସହରର ନାମ ପରିବର୍ତ୍ତନ ମାମଲାର ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଜରିଆରେ ରାଜ୍ୟର ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ଛତ୍ରପତି ସମ୍ଭାଜୀ ନଗର ଏବଂ ଓସମାନାବାଦର ନାମ ଧାରାଶିବ ରଖିବା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଦେଶର ଉଚ୍ଚତମ ନ୍ୟାୟାଳୟ ଏହି ପିଟିସନକୁ ଖାରଜ କରିଛନ୍ତି।

ଆବେଦନକାରୀ ପ୍ରଥମେ ବମ୍ବେ ହାଇକୋର୍ଟ ପହଞ୍ଚିଥିଲେ, ଯେଉଁଥିରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ କୌଣସି ଆଇନଗତ ଚ୍ୟାଲେଞ୍ଜ ନଥିଲା ଏବଂ ଏହାକୁ ସମର୍ଥନ କରାଯାଇଥିଲା । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ତାଙ୍କୁ ବିଶ୍ୱାସ ଥିଲା ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାଙ୍କ ସପକ୍ଷରେ ଅସିବ । ହେଲେ ଏପରି ହେଲା ନାହିଁ ଏବଂ କୋର୍ଟ ଏହି ପିଟିସନକୁ ଖାରଜ କରି ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ନାମ ପରିବର୍ତ୍ତନ କରିବା ସରକାରଙ୍କ ଅଧିକାର । ହାଇକୋର୍ଟ ଆପଣଙ୍କ କଥାକୁ ଶୁଣି ବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି । ଆମେ ସେଥିରେ ହସ୍ତକ୍ଷେପ ନ କରିବା ଆବଶ୍ୟକ । ଏହା ପୂର୍ବରୁ ୮ ମେ’ରେ ହାଇକୋର୍ଟ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ଛତ୍ରପତି ସମ୍ଭାଜୀ ନଗର ଏବଂ ଓସମାନାବାଦର ନାମ ଧାରାଶିବ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । କୋର୍ଟ କହିଥିଲେ ଯେ, ନିଷ୍ପତ୍ତି ଆଇନ ଭାବେ ସଠିକ । ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।

Get real time updates directly on you device, subscribe now.