fbpx

ଜେଲରେ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଆଦେଶ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର) : ଜେଲ୍ ମାନଙ୍କରେ କରୋନା ସଂକ୍ରମଣ ଲଗାତର ବଢ଼ିବାରେ ଲାଗିଛି । ଅନେକ କଏଦୀ ଏକାଠି ରହୁଥିବା ବେଳେ ସେମାନଙ୍କ ଠାରେ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ନଜରରେ ରଖି ଜେଲ୍ ରେ କଏଦୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବ ବର୍ଷ କରୋନା ସଂକ୍ରମଣ ଦ୍ରୁତ ମାତ୍ରାରେ ବଢ଼ୁଥବାରୁ ଜେଲ୍ ରେ କଏଦୀ ସଂଖ୍ୟା କମାଇବାକୁ ଆଦେଶ ହୋଇଥିଲା । ଏଥର ମଧ୍ୟ ସଂକ୍ରମଣ ପିକ୍ କୁ ଆସୁଥବା ବେଳେ ସୁପ୍ରିମକୋର୍ଟ ଏପରି ନିଷ୍ପତି ନେଇଛନ୍ତି । ଏ ସଂକ୍ରାନ୍ତରେ ଗତ ବର୍ଷ ସବୁ ରାଜ୍ୟରେ କଏଦୀଙ୍କ ସଂଖ୍ୟା କମାଇବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା । ଆଉ ସଂକ୍ରମଣକୁ ରୋକିବାକୁ ଯାଇ ଅନେକ କଏଦୀକୁ ଛାଡି ଦିଆଯାଇଥିଲା । ବର୍ତ୍ତମାନ ସେମାନେ ପୁଣି ଫେରି ଆସିଥିବା ଜଣାପଡିଛି ।

ତେବେ ବର୍ତ୍ତମାନ ମଧ୍ୟ ସୁପ୍ରିମକୋର୍ଟ ପକ୍ଷରୁ ୱେବସାଇଟ୍ ରେ ଏକ ବିଜ୍ଞପ୍ତି ଅପଲୋଡ୍ କରାଯାଇଛି । ସେଥିରେ ଉଲ୍ଲେଖ ରହିଛି ଯେ, ପୂର୍ବବର୍ଷ ଗଠିତ ହୋଇଥିବା କମିଟି ଏ ବର୍ଷ ମଧ୍ୟ ଆଦେଶ ପାଳନ କରନ୍ତୁ । କାରଣ ପୁର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ମାତ୍ରାରେ ସଂକ୍ରମଣ ବ୍ୟାପୁଛି । ତେଣୁ ପୂର୍ବ ବର୍ଷ ଯେଉଁ ମାନଙ୍କୁ ଛଡାଯାଇଥିଲା । ସେମାନଙ୍କୁ ପୁଣି ଅନ୍ତରିଣ ରୁପରେ ମୁକ୍ତ କରନ୍ତୁ । ବର୍ତ୍ତମାନ ପାଇଁ କେବଳ ଜରୁରୀକାଳୀନ ମାମଲାରେ ହିଁ ଗିରଫ କରାଯାଉ ବୋଲି କୋର୍ଟ କହିଛନ୍ତି ।

ସୁଚନାଯୋଗ୍ୟ, ଗତ ବର୍ଷ କ୍ଷମତା ଠାରୁ ଅଧିକ କଏଦୀ ଜେଲ୍ ମାନଙ୍କରେ ରହିଥିବାରୁ ଅଧିକ ମାତ୍ରାରେ କଏଦୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଯାଇଥିଲେ । ଯାହା ପରେ ସୁପ୍ରିମକୋର୍ଟ ମାର୍ଚ୍ଚ ୨୩ ତାରିଖରେ କଏଦୀଙ୍କୁ ଛାଡିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ସେମାନଙ୍କ ମଧ୍ୟରେ ସଜ୍ଜା ଭୋଗୁଥିବା କଏଦୀ ଏବଂ ବିଚାରାଧୀନ କଏଦୀଙ୍କୁ କିଛି ସମୟ ପାଇଁ ମୁକ୍ତ କରିବାକୁ ଫଇସଲା ହୋଇଥିଲା । କୋର୍ଟ ଏହା ମଧ୍ୟ କହିଥିଲା ଯେ, ଯେଉଁ ମାନଙ୍କୁ ୭ ବର୍ଷରୁ କମ୍ ସଜ୍ଜା ଦିଆଯାଇଛି । ସେମାନଙ୍କୁ ପାରୋଲରେ ମୁକ୍ତ କରିବାକୁ କହିଥିଲେ ।

Get real time updates directly on you device, subscribe now.