fbpx

ଧର୍ମ ନାମରେ ପିଲାମାନଙ୍କୁ ମାରିବା ଅପରାଧ, ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ବିବୃତ୍ତି

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଜ୍ଜଫରନଗରର ଏକ ବିଦ୍ୟାଳୟରେ ଜଣେ ପିଲାକୁ ଅନ୍ୟ ଜଣେ ଚାପୁଡା ମାରିବା ଘଟଣାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଜଷ୍ଟିସ ଅଭୟ ଏସ ଓକ ଏବଂ ପଙ୍କଜ ମିଥଲଙ୍କ ବେଞ୍ଚ କହିଛନ୍ତି ଯେ, ଧର୍ମ ନାମରେ ଜଣେ ଶିଶୁ ସହ ଏପରି ଘଟିବା ଭୁଲ ଅଟେ । ଅଗଷ୍ଟ ୨୪ ତାରିଖ ଦିନ ନେହା ପବ୍ଲିକ ସ୍କୁଲରେ ଥିବା ଜଣେ ଶିକ୍ଷୟତ୍ରୀ ତୃପ୍ତା ତ୍ୟାଗୀ ଜଣେ ପିଲାକୁ ଅନ୍ୟ ଜଣେ ପିଲାଙ୍କ ଦ୍ୱାରା ମାଡ ମାରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି ।

କୋର୍ଟ ୟୁପି ସରକାରଙ୍କୁ କହିଛନ୍ତି ଯେ, ସେ ମାମଲାର ଯାଞ୍ଚ କରିବା ଲାଗି ଏକ ସପ୍ତାହରେ ଯେକୌଣସି ଆଇପିଏସ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ । ସେ ଆଇପିଏସ ଅଧିକାରୀ ଏହି ମାମଲାରେ କେଉଁ ଧାରାକୁ ଲଗାଇବା ଆବଶ୍ୟକ ସେହି ନିଷ୍ପତ୍ତି ନେବା ଆବଶ୍ୟକ । ସୁପ୍ରିମକୋର୍ଟଙ୍କୁ ତଦନ୍ତର ରିପୋର୍ଟ ଦିଆଯାଉ । ଏଥିସହ ସାକ୍ଷୀମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଉ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଚାପୁଡା ଖାଇଥିବା ପିଲାକୁ ଅନ୍ୟ ସ୍କୁଲକୁ ପଠାଯାଉ । ସେହି ପିଲାମାନଙ୍କର ମାନସିକ ସ୍ତରରେ କେଉଁ ପ୍ରଭାବ ପଡିଛି ସେଥିପାଇଁ ସେମାନଙ୍କର ମନୋବୈଜ୍ଞାନ କାଉଁସିଲ କରାଯାଉ ।

ଜଜ କହିଛନ୍ତି ଯେ, ଆରଟିଏ ଆକ୍ଟ ପ୍ରବନ୍ଧନ ଏହା ସ୍ପଷ୍ଟ କହିଛି ଯେ, କୌଣସି ପିଲାକୁ ଜାତି, ଧର୍ମ ଏବଂ ଲିଙ୍ଗ ଆଧାରରେ ଭେଦଭାବର ସାମ୍ନା କରିବାକୁ ନ ପଡୁ । କୌଣସି ପିଲା ସହ ଶାରୀରିକ ହିଂସା ନ ହେଉ । ଏହି ମାମଲାରେ ଦୁଇଟି କଥାର ଉଲ୍ଲଂଘନ କରାଯାଇଛି । କୋର୍ଟ ୟୁପି ସରକାରଙ୍କୁ ଘଟଣାର ଯାଞ୍ଚ ଏବଂ ପିଲାମାନଙ୍କ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ଏହି ମାମଲାର ଶୁଣାଣି ଅକ୍ଟୋବର ୩୦ ତାରିଖରେ ହେବ ।

Get real time updates directly on you device, subscribe now.