ନୂଆଦିଲ୍ଲୀ: ଗାଈକୁ ଜାତୀୟ ପଶୁ ଘୋଷଣା କରିବା ମାମଲାରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ଜଷ୍ଟିସ ଏଞ୍ଜୟ କିଶାନ କୌଲ ଏବଂ ଅଭୟ ଏସ ଓକାଙ୍କ ଦୁଇ ଜଣିଆ ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହିପରି ମାମଲା ସ୍ଥିର କରିବା କୋର୍ଟର କାମ ନୁହେଁ ଏବଂ ଆବେଦନକାରୀଙ୍କ କେଉଁ ମୌଳିକ ଅଧିକାର ପ୍ରଭାବିତ ହୋଇଛି ବୋଲି ମଧ୍ୟ ପଚାରିଥିଲେ।
ଖଣ୍ଡପୀଠଙ୍କ ଏହି ପ୍ରଶ୍ନରେ ଗାଈଙ୍କ ସୁରକ୍ଷା ନିହାତି ଆବଶ୍ୟକ ବୋଲି ଆବେଦନକାରୀ କହିଥିଲେ। ତେବେ ଏହି ମାମଲାରେ ଶୁଣାଣି କରିବାକୁ କୋର୍ଟ ମନା କରିବା ସହ ଏହି ବିଷୟରେ ସରକାର ନିଷ୍ପତି ନେବେ ବୋଲି କହିଥିଲେ। ଏହା ପରେ କୋର୍ଟ ଆବେଦନକାରୀଙ୍କ ଉପରେ ଆର୍ଥିକ ଜୋରିମାନା ଲଗାଇବାକୁ କହିବା ପରେ ଆବେଦନକାରୀ ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ। ଗାଈକୁ ଜାତୀୟ ପଶୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଗୋବନଶ ସେବା ସଦାନ ଏବଂ ଅନ୍ୟମାନଙ୍କ ଦ୍ୱାରା ଏକ ଏନଜିଓ ସାହାଯ୍ୟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଉପରେ କୋର୍ଟ ଏହି ଶୁଣାଣି କରିଥିଲେ।
Supreme Court refuses to entertain plea seeking declaration of cow as national animal
Read story: https://t.co/KENCXiDTek pic.twitter.com/pX4eqbVeTX
— Bar & Bench (@barandbench) October 10, 2022