fbpx

ମହିଳା କର୍ମଚାରୀ ଏବଂ ଛାତ୍ରୀମାନଙ୍କ ଋତୁସ୍ରାବ ଛୁଟିକୁ ପ୍ରତ୍ୟାଖାନ କଲେ ସୁପ୍ରିମକୋର୍ଟ, ଦେଲେ ଏହି ଉତ୍ତର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ଜନହିତ ପିଟିସନ ଉପରେ ବିଚାର କରିବା ନେଇ ପ୍ରତ୍ୟାଖାନ କରାଯାଇଛି । ଯେଉଁଥିରେ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରାଯାଇଥିଲା ଯେ, ଛାତ୍ରୀମାନେ ଏବଂ କାମ କରୁଥିବା ମହିଳାମାନେ କାର୍ଯ୍ୟ କରୁଥିବା ସ୍ଥାନରେ ଯଦି ମାସିକ ଧର୍ମ ହୁଏ ତେବେ ତା ପାଇଁ ଛୁଟି ଦିଆଯାଉ ।

ଏହି ପ୍ରସଙ୍ଗଟି ସରକାରଙ୍କ ନୀତିଗତ ପରିପ୍ରେକ୍ଷୀରେ ଅଛି ବୋଲି ବିଚାର କରାଯାଇଛି । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଅଧ୍ୟକ୍ଷତା ପୀଠ ନିର୍ଣ୍ଣୟ ନେବା ପାଇଁ କେନ୍ଦ୍ରୀୟ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟକୁ ଏକ ପ୍ରତିନିଧିତ୍ୱ ଦିଆଯାଇପାରେ । ଏଠାରେ ସିଜେଆଇ ମଧ୍ୟ କହିଛନ୍ତି ଯେ, ଏପରି ସମ୍ଭାବନା ମଧ୍ୟ ଅଛି ଯଦି ଛୁଟିର ବାଧ୍ୟତା ରହିଛି ତେବେ ମହିଳା ମାନଙ୍କୁ ଚାକିରିରୁ ମଧ୍ୟ ରୋକା ଯାଇପାରେ ।

ଓକିଲ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ୱାରା ଦାଖଲ ପିଟିସନରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ମହିଳା ମାନଙ୍କ ପାଇଁ ମାସିକ ଧର୍ମ ସମସ୍ୟାରେ ଛୁଟି ନିୟମ ବନେଇବାର ନିର୍ଦ୍ଦେଶ ଜାରି କରିବା ପାଇଁ ଅନୁମତି ମାଗିଥିଲେ । ଏହି ପିଟିସନରେ ମାତୃତ୍ୱ ଲାଭ ଅଧିନିୟମ ୧୯୬୧ ଧାରା ୧୪ କୁ ପ୍ରଭାବଶାଳୀ ଢଙ୍ଗରେ ଲାଗୁ କରିବା ନିର୍ଦ୍ଦେଶ ଦେବାର ଦାବି ସୁପ୍ରିମକୋର୍ଟକୁ କରାଯାଇଥିଲା ।

ଏହି ଜନହିତ ପିଟିସନରେ ମାତୃତ୍ୱ ଲାଭ ଅଧିନିୟମ ୧୯୬୧ର ଧାରା ୧୪ ପ୍ରଭାବିତ ଲାଗୁ କରାଯିବାର ନିର୍ଦ୍ଦେଶ ସରକାରଙ୍କୁ କୋର୍ଟରେ ଆବେଦନ କରାଯାଇଛି । ଏହି ଆବେଦନରେ ମହିଳା ଏବଂ ବିଦ୍ୟାଳୟରେ ପାଠ ପଢୁଥିବା ପିଲାମାନଙ୍କୁ ଋତୁସ୍ରାବ ସମ୍ବନ୍ଧୀୟ ଯନ୍ତ୍ରଣା ଛୁଟି ଦେବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.