fbpx

Breaking; ମୋହନ ସରକାରରେ ବାଚସ୍ପତି ହେବେ ସୁରମା ପାଢୀ: ବଡ଼ ଘୋଷଣା

Advertisement

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ । ନବୀନ ସରକାର ପରେ ଆଜିଠାରୁ ‘ମୋହନ ସରକାର’ର ମୂଳଦୁଆ ପଡ଼ିଛି । ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ଏହାପରେ ଓଡ଼ିଶାକୁ ନୂଆ ବାଚସ୍ପତି ମଧ୍ୟ ମିଳିଛନ୍ତି । ରଣପୁର ବିଧାୟିକା ସୁରମା ପାଢୀଙ୍କୁ ବାଚସ୍ପତି ଭାବରେ ଦାୟିତ୍ୱ ଦେଇଛି ନୂଆ ସରକାର ।

ସୂଚନା ଅନୁସାରେ, ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ବିଧାୟକ ଦଳର ନେତା ମୋହନ ମାଝୀ । ବିଜେପି ସରକାରରେ ଆଜିଠାରୁ ମୋହନ ମାଝୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପାଇଛି ସାରା ଓଡ଼ିଶା । ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟର ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ପ୍ରଭାତି ପରିଡ଼ା ମଧ୍ୟ ଏହି ଉତ୍ସବରେ ଶପତପାଠ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଅନ୍ୟ ନେତା-ମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରର ଜନତା ମଇଦାନରେ ହଜାର ହଜାର ସମର୍ଥକ ଏବଂ ଜନତାଙ୍କ ଭିଡ଼ ଭିତରେ ମୋହନ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥପାଠ କରିଛନ୍ତି । ମଞ୍ଚ ଉପରେ ବିଜେପିର ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା, ସମ୍ବଲପୁରର ନବ ନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ତଥା ଅନ୍ୟ ବଡ଼ ବଡ଼ ନେତା ଉପସ୍ଥିତ ରହିଛନ୍ତି । ଏହାସହିତ ଓଡ଼ିଶାର ନବ ନିର୍ବାଚିତ ବିଧାୟକ ମଧ୍ୟ ଶପଥ ସମାରୋହ ମଞ୍ଚରେ ଉପସ୍ତିତ ରହିଛନ୍ତି ।

Get real time updates directly on you device, subscribe now.