fbpx

ଆକ୍ସନ ମୋଡରେ ବିଏମସି-ବିଡିଏର ସ୍ପେସାଲ୍ ସ୍କ୍ୱାଡ୍, ବିଭିନ୍ନ ଅଫିସରେ ଚଢ଼ଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଳିନି ମହାମାରୀ ବିପତ୍ତି । ହଟିନି ସଂକ୍ରମଣ । ତେବେ ସଂକ୍ରମଣ ହାରର କମିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ସାମାନ୍ୟ କୋହଳ କରୁଛନ୍ତି । ଧୀରେ ଧୀରେ ପ୍ରତ୍ୟେକ କ୍ଷେତ୍ର ଖୋଲିବାକୁ ଯାଉଛି । କିନ୍ତୁ ସବୁଠି କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଅନ୍ୟଥା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ତେବେ ବିଭିନ୍ନ ବ୍ୟାଙ୍କ ଓ ଅଫିସ୍ ଗୁଡ଼ିକରେ କୋଭିଡ୍ ନିୟମ କିଭଳି ପାଳନ କରାଯାଉଛି ସେନେଇ ଯାଞ୍ଚ କରୁଛି ବିଏମସି-ବିଡିଏର ସ୍ପେସାଲ୍ ଟିମ୍ । ଅଚାନକ ପହଞ୍ଚି ତନାଘନା କରୁଛନ୍ତି ।

ରାଜ୍ୟରେ ଧୀରେ ଧୀରେ ଖୋଲୁଛି ଲକଡାଉନ୍ । ରାଜ୍ୟ ସରକାର ଲକଡାଉନ୍ ଖୋଲିବା ସହ କୋଭିଡ୍ କଟକଣା କଡ଼ାକଡ଼ି ଭାବରେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ ସୋମବାର ବିଏମସି ଏବଂ ବିଡିଏର ଏନଫୋର୍ସମେଣ୍ଟ ସ୍କ୍ୱାଡ ପୋଲିସ ସହ ମିଶି ରାଜଧାନୀର ବିଭିନ୍ନ ବ୍ୟାଙ୍କ ଓ ଅଫିସ୍ ଗୁଡ଼ିକରେ କୋଭିଡ ନିୟମ ପାଳନର ତଦାରଖ କରିଛନ୍ତି ।

 

Get real time updates directly on you device, subscribe now.