fbpx

ଆଉ କିଛି ସମୟ ପରେ ଲାଗିବ ସୂର୍ଯ୍ୟପରାଗ, ଭୁଲରେ ବି କରନ୍ତୁ ନାହିଁ ଏହି କାମ

ଓଡ଼ିଶା ଭାସ୍କର ବ୍ୟୁରୋ: ସୂର୍ଯ୍ୟପରାଗ କିମ୍ବା ଅନ୍ୟ କୌଣସିବି ଚନ୍ଦ୍ରଗ୍ରହଣରେ ସୂତକ କାଳର ନିୟମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଅନ୍ୟ ପଟେ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣର ୧୨ ଘଣ୍ଟା ପୂର୍ବରୁ ସୂତକ କାଳ ଲାଗିଥାଏ । ତେବେ ଚଳିତ ଥର ବର୍ଷର ଶେଷ ସୂର୍ଯ୍ୟପରାଗ ଡିସେମ୍ବର ୪ ତାରିଖରେ ସକାଳ ୧୦ଟା ୫୯ ମିନିଟ୍ ରୁ ଆରମ୍ଭ ହୋଇ ଦ୍ୱିପହର ୩ଟା ୭ ମିନିଟ୍ ରେ ସମାପ୍ତ ହେବ । କୁହାଯାଉଛି ଏହି ସୂର୍ୟ୍ୟ ଗ୍ରହଣ ଆଂଶିକ କିମ୍ବା ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ସୂତକ କାଳର କିଛି ଓ ଏହି ସମୟରେ କଣ କରିବା ଆଦୌ ଉଚିତ୍ ନୁହେଁ ସେ ସମ୍ପର୍କରେ କହିବୁ ।

ସୁତକର ନିୟମ: ଏହି ଦିନ ପାଣିକୁ ଛାଣି ସେଥିରେ ତୁଳସୀ ପତ୍ର ପକାଇ ପାନ କରାଯାଇଥାଏ । ଏହା ସହିତ ଏହି ଦିନ ସୂର୍ଯ୍ୟପରାଗ ସରିବାପରେ ଘରକୁ ଜଳରେ ଶୁଦ୍ଧିକରଣ କରାଯାଇଥାଏ ଓ ଗ୍ରହଣ ସରିବା ପରେ ହିଁ ଭୋଜନ କରିବା ଆବଶ୍ୟକ ଓ ଖାଦ୍ୟରେ ତୁଳସୀ ପତ୍ର ପକାଇବା ଦରକାର । ସେହିପରି ଗ୍ରହଣ କୁ ଆଖିରେ ଦେଖିବା ଭଲ ନୁହେଁ ।

ଏହି କାମ କରନ୍ତୁ ନାହିଁ:

୧. ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।
୨. ମନ୍ଦିର ଯାଆନ୍ତୁ ନାହିଁ କି ପୂଜାର୍ଚ୍ଚନା କରନ୍ତୁ ନାହିଁ ।
୩. ଗ୍ରହଣ କୁ ଆଖିରେ ଦେଖନ୍ତୁ ନାହିଁ ।
୪. ଜଳକୁ ଶୁଦ୍ଧି ନକରି ପିଅନ୍ତୁ ନାହିଁ ।
୫. ଗର୍ଭବତୀ ମହିଳା ଘରୁ ବାହାରକୁ ଯିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.