ଓଡ଼ିଶା ଭାସ୍କର: ଗ୍ରହର ରାଜା ସୂର୍ଯ୍ୟ କୌଣସି ଏକ ରାଶିରେ ଗୋଟିଏ ମାସ ଏବଂ କୌଣସି ନକ୍ଷତ୍ରରେ ହାହାରି ୧୫ ଦିନ ପର୍ଯ୍ୟନ୍ତ ବିରାଜମାନ ରୁହନ୍ତି । ଏହି ପ୍ରଭାବ ଦେଶ-ଦୁନିଆ, ପାଣିପାଗ, ପ୍ରକୃତି ସହ ରାଶି ଏବଂ ମାନବ ଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରିଥାଏ । ମନୋବଳ, ଆଧ୍ୟାତ୍ମିକ ଶକ୍ତି ଏବଂ ନେତୃତ୍ୱ ଶକ୍ତିର ଦାତା ସୂର୍ଯ୍ୟ ଯେବେ ନିଜ ରାଶି, ସ୍ୱନକ୍ଷତ୍ର, ମିତ୍ର ଗ୍ରହର ରାଶି ବା ନକ୍ଷତ୍ରରେ ଗୋଚର କରନ୍ତି, ସେତେବେଳେ ଶୁଭଫଳ ମିଳିଥାଏ । ପରିମାଣସ୍ୱରୂପ ତା’ର ଶୁଭଫଳ ଦେଉଥିବା ଶକ୍ତି କନ ହୋଇଯାଏ ଏବଂ ଅଶୁଭ ପ୍ରଭାବ ପଡିଥାଏ, ଯେଉଁଥିରେ ଜୀବନରେ ବିପଦ ବଢିଯାଇଥାଏ ।
ବୃଷ: ଏହି ସମୟରେ ସାଧାରଣତଃ ବୃଷ ରାଶିର ଲୋକେ ଚିଡଚିଡା ଏବଂ ଅଶାନ୍ତ ରହିବେ । ନିଦ ନ ଆସିବା ଏବଂ ଚିନ୍ତା ବଢିପାରେ । ଚାକିରି ସହକର୍ମୀଙ୍କ ସହ ମତଭେଦ ହୋଇପାରେ ଏବଂ କାର୍ଯ୍ୟସ୍ଥଳରେ ବିବାଦ ବଢିପାରେ । ଚାକିରି ମଧ୍ୟ ଯାଇପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଏଥିସହ ନିବେଶରେ ମଧ୍ୟ କ୍ଷତି ସହିବାକୁ ପଡିପାରେ । ପରିବାରରେ ମତଭେଦ ଦେଖାଦେଇପାରେ । ଏହି ସମୟରେ ସତର୍କତା ଅବଲମ୍ବନ କରନ୍ତୁ ।
କନ୍ୟା: ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟ ଗୋଚର ସମୟରେ ଆପଣ ଅତ୍ୟଧିକ ଚିନ୍ତିତ ରହିପାରନ୍ତି ଏବଂ ଛୋଟ ଛୋଟ କଥାରେ ବ୍ୟସ୍ତ ହୋଇପାରନ୍ତି । କାର୍ଯ୍ୟଭାର ବଢିପାରେ ଏବଂ ମାଲିକ ସହ ଝଗଡା ହୋଇପାରେ । ଚାକିରି ପରିବର୍ତ୍ତନ ବିଷୟରେ ଭାବିପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । ବ୍ୟାପାରରେ କ୍ଷତି ହୋଇପାରେ । ଗ୍ରାହକଙ୍କ ସହ ବିବାଦ ହୋଇପାରେ । ରୋଜଗାର କ୍ଷେତ୍ରରେ ବାଧା ଦେଖାଦେଇପାରେ ।
କୁମ୍ଭ: କାର୍ଯ୍ୟ କ୍ଷତ୍ରରେ କୁମ୍ଭ ରାଶିର ଲୋକଙ୍କର ଚିନ୍ତା ବଢିପାରେ । ସହକର୍ମୀଙ୍କ ସହ ମତଭେଦ ହୋଇପାରେ । ଏହି ମାସରେ ଆପଣଙ୍କର ଅଚାନକ ଧନ ହାନି ହୋଇପାରେ । ନିବେଶରେ କ୍ଷତି ଘଟିପାରେ । ଅପ୍ରତ୍ୟାଶିତ ଖର୍ଚ୍ଚ ବଢିପାରେ । ଅଟକିଥିବା କାର୍ଯ୍ୟ ଆହୁରି ବିଗିଡିପାରେ । ଛାତ୍ର ଛାତ୍ରୀମାନେ ଭଲ ନମ୍ବର ଆଣିବାରେ ବିଫଳ ହୋଇପାରନ୍ତି । ସ୍ୱାସ୍ଥ୍ୟବସ୍ଥା ବିଗିଡିପାରେ, ପେଟ ସମ୍ବନ୍ଧୀୟ ସମସ୍ୟା ବଢିପାରେ ।