fbpx

ବ୍ୟାଙ୍କର ବଡ଼ ଘୋଷଣା: ଗ୍ରାହକଙ୍କୁ ୯.୬ ପ୍ରତିଶତ ସୁଧ ମିଳିବ, ଆଜି ହିଁ ଫିକ୍ସଡ ଡିପୋଜିଟ କରନ୍ତୁ

ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଅଧିକ ସୁଧ ପାଇବା ଲୋଭରେ ରହିଥାନ୍ତି । ତେଣୁ ଗ୍ରାହକଙ୍କ ରୁଚିକୁ ଦୃଷ୍ଟିରେ ରଖି ବ୍ୟାଙ୍କମାନେ ମଧ୍ୟ ନିୟମିତ ବ୍ୟବଧାନରେ ବଢ଼ିଆ ଅଫର ସବୁ ଲଞ୍ଚ କରିଥାନ୍ତି । ତେବେ ଆପଣମାନେ ଯଦି ଫିକ୍ସଡ ଡିପୋଜିଟ (ଏଫଡି)ରେ ଅଧିକ ରିଟର୍ଣ୍ଣ ପାଇବାକୁ ଇଚ୍ଛୁକ ଅଛନ୍ତି ତେବେ ଆପଣମାନଙ୍କ ପାଇଁ ଏକ ବଢ଼ିଆ ଇନଭେଷ୍ଟମେଣ୍ଟ ସ୍କିମ୍ ଆସିଛି ।

ସୂଚନା ମୁତାବକ, ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ନିକଟରେ ଏକ ବଢ଼ିଆ ଏଫଡି ସ୍କିମ ଲାଗୁ କରାଯାଇଛି । ଏହି ଏଫଡିରେ ଗ୍ରାହକମାନେ ୯.୬ ପ୍ରତିଶତ ସୁଧ ପାଇ ପାରିବେ । ଅନ୍ୟ ବ୍ୟାଙ୍କର ଏଫଡିଠାରୁ ଏହି ବ୍ୟାଙ୍କର ଏଫଡିରେ ଗ୍ରାହକମାନେ ନିଶ୍ଚିତ ଭାବେ ଅଧିକ ଫାଇଦା ପାଇ ପାରିବେ । ବ୍ୟାଙ୍କ ଏଫଡିରେ ୪ ପ୍ରତିଶତରୁ ଆରମ୍ଭ କରି ୯.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ତେଣୁ ଏହି ସୁଯୋଗକୁ ଗ୍ରାହକମାନେ ହାତଛଡ଼ା କରିବା ଅନୁଚିତ ।

ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ୪ରୁ ୯.୧ ପ୍ରତିଶତ, ବରିଷ୍ଠ ନାଗରିକଙ୍କୁ ୪.୫ରୁ ୯.୧ ପ୍ରତିଶତ ସୁଧ ହେଉଛି । ରେଗୁଲାର କଷ୍ଟମର୍ସଙ୍କ ପାଇଁ ୫ ବର୍ଷିଆ ଏଫଡିରେ ୯.୧୦ ପ୍ରତିଶତ ସୁଧ ମିଳୁଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ଅବଧିର ଏଫଡି ଉପରେ ୯.୬ ପ୍ରତିଶତ ସୁଧ ମିଳୁଛି । ବ୍ୟାଙ୍କ ଏକ ବର୍ଷିଆ ଏଫଡି ଉପରେ ୬.୮୫ ପ୍ରତିଶତ, ଏକ ବର୍ଷରୁ ଅଧିକ ଓ ୨ ବର୍ଷିଆ ଏଫଡି ଉପରେ ୮.୫ ପ୍ରତିଶତ, ୯୯୯ ଦିନିଆ ଏଫଡି ଉପରେ ୯ ପ୍ରତିଶତ, ୩୨ ମାସ ୨୭ ଦିନଠାରୁ ୩ ବର୍ଷିଆ ଓ ୧୦ ବର୍ଷିଆ ଏଫଡି ଉପରେ ୭.୨୫ ପ୍ରତିଶତ, ୨ରୁ ୯୯୮ ଦିନିଆ ଏଫଡି ଉପରେ ୭.୫୧ ପ୍ରତିଶତ, ୧ ବର୍ଷରୁ କମ୍ ଏଫଡି ଉପରେ ୪ରୁ ୬ ପ୍ରତିଶତ ସୁଧ ମିଳୁଛି ।

Get real time updates directly on you device, subscribe now.