(Video) ଦ୍ୱନ୍ଦ୍ୱ ବଢ଼ାଇଲା ନୂଆ ଟେକ୍ନୋଲୋଜି: କର୍ମଚାରୀ ଯେତେ ଥର ଶିଟରୁ ଉଠିବେ, ଦରମାରୁ କଟିଯିବ ସେତିକି ଅର୍ଥ?

ନୂଆଦିଲ୍ଲୀ: ସାଧାରଣ ଭାବେ କିପରି ନିଜର ବେତନ ବଢ଼ିବ ସେନେଇ ସମସ୍ତ କର୍ମଚାରୀମାନେ ସର୍ବଦା ଚିନ୍ତିତ ରହିଥାନ୍ତି । ଠିକ୍ ସେହିପରି ବିଭିନ୍ନ ସଂସ୍ଥାର ମାଲିକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । କର୍ମଚାରୀଙ୍କ ଠାରୁ କିପରି ଅଧିକ କାର୍ଯ୍ୟ ଆଦାୟ କରାଯିବ ସେନେଇ ଅଫିସ ମ୍ୟାନେଜମେଣ୍ଟ ଭିନ୍ନ ଭିନ୍ନ ତରିକା ଆପଣାଇଥାଏ । ତେବେ ଏହା ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜୋରରେ ଭାଇରାଲ ହେବାରେ ଲାଗିଛି । ଯଦିଓ ଏହି ଭିଡିଓ ପଛର ସତ୍ୟତା ବାବଦରେ ସ୍ପଷ୍ଟ ହୋଇନାହିଁ, ତଥାପି ନିଜ ଶିଟରୁ ଉଠି ବାହାରେ ଅଧିକ ସମୟ ବିତାଇଲେ ଆପଣଙ୍କର ବେତନ କଟିପାରେ ବୋଲି ତାହା ଏକ ସଙ୍କେତ ଦେଇଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି, ଅଫିସରେ ନିଜ ଶିଟରେ ବସି କାମ କରୁଥିବା ସମୟରେ ଜଣେ ମହିଳା କର୍ମଚାରୀ ଅଚାନକ ନିଜ ଶିଟରୁ ଉଠିଯାଇଥିଲେ । ଏହାପରେ ସେ ଅନ୍ୟ କାହା ସହ କିଛି ସମୟ ପାଇଁ କଥା ହୋଇଥିଲେ । ତେବେ କର୍ମଚାରୀଙ୍କ ଚେୟାରରେ ଆଇ-କ୍ୟାମେରା ଲାଗିଥିବା ଅନେକ ଦାବି କରୁଛନ୍ତି । କର୍ମଚାରୀ ଜଣଙ୍କ ଶିଟରୁ ଉଠି କେତେ ସମୟ ପାଇଁ ବାହାରକୁ ଯାଉଛନ୍ତି ତାହା ସେଥିରେ ରେକର୍ଡ ହୋଇଯାଇଥାଏ ।

ଏହି ଭିଡିଓଟି ଚୀନରୁ ଆସିଛି ବୋଲି କୁହାଯାଉଛି । ତେଣୁ ଚୀନରେ ଏପରି ଟେକ୍ନୋଲୋଜି କାର୍ଯ୍ୟକାରୀ ହୋଇଛି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଆପଣ ଯେତେ ସମୟ ଶିଟରେ ଉଠିଥିବେ ସେହି ଅନୁସାରେ ଆପଣଙ୍କର ସାଲାରୀ କଟ ହୋଇଯିବ ବା ଆପଣ ଓଭରଟାଇମ୍ କରିବାକୁ ବାଧ୍ୟ ହୋଇପାରନ୍ତି ଅନେକ କହୁଛନ୍ତି । ତେବେ ଅଫିସରେ ଏଭଳି ନିୟମ ଲାଗୁ କରିବା ଠିକ୍ ନୁହେଁ ବୋଲି ଜଣେ ୟୁଜର ମତ ଦେଇଛନ୍ତି । ଯଦି ଏହି ଦାବି ସତ ହୁଏ, ତେବେ ଜଣେ କର୍ମଚାରୀ ନିଜର କାର୍ଯ୍ୟ ସମୟ ମଧ୍ୟରେ କେତେଥର ଶିଟରୁ ଉଠିଥିବେ? ପୁଣି ରେକର୍ଡ ହୋଇଥିବା ଟାଇମ୍ ପାଇଁ ଉକ୍ତ କର୍ମଚାରୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । ଯଦି ଏପରି ଟେକ୍ନୋଲୋଜି ସତରେ ମାର୍କେଟକୁ ଆସିଯାଇଥିବ, ତେବେ ଆପଣ କେତେ ସମୟ ଶିଟରୁ ଗାଏବ ହୋଇଛନ୍ତି ତାହା ସହଜରେ ଜଣାପଡ଼ିଯିବ ।