fbpx

ରାଇମୋହନଙ୍କ ମୃତ୍ୟୁରେ ଶୋକର ଛାୟା, ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା ସନ୍ଦେହ!

ରାଇମୋହନଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସାରା ଓଡ଼ିଶା । ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ହରାଇଛି ଆଜି ଓଲିଉଡ ଜଗତ । ତାଙ୍କର ବିୟୋଗରେ ମିଣ୍ରମାଣ ହୋଇପଡ଼ିଛନ୍ତି ତାଙ୍କୁ ପସନ୍ଦ କରୁଥିବା ଓଡ଼ିଶାର ଅଗଣିତ ଦର୍ଶକ ତଥା ଓଡ଼ିଆ କଳାକାରମାନେ ।

ସେପେଟେ କାହିିଁକି ରାଇମୋହନ ଆତ୍ମହତ୍ୟା କଲେ? କ’ଣ ରହିଛି ତାଙ୍କ ଆତ୍ମହତ୍ୟା ପଛର କାରଣ? ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ମାନସିକ ଦୁଶ୍ଚିନ୍ତାରେ ଥିଲେ ଏବଂ ପାରିବାରିକ ଅସନ୍ତୋଷରୁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଅଭିନେତା ରାଇମୋହନ ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ବାସଭବନରୁ ତାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ ।

Get real time updates directly on you device, subscribe now.