fbpx
BSKY SKY
BSKY SKY

ଶାହାରୁଖ ଖାନଙ୍କ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କର କାର୍ ଦୁର୍ଘଟଣା: ଲମ୍ବୋର୍ଗିନି ଫେରାରୀକୁ ଧକ୍କା ଦେଉଥିବାର Video ଭାଇରାଲ

BSKY

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ଫିଲ୍ମ ‘ସ୍ୱଦେଶ’ ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଗାୟତ୍ରୀ ତାଙ୍କ ସ୍ୱାମୀ ବିକାଶ ଓବରୋୟଙ୍କ ସହ ଲମ୍ବୋର୍ଗିନି କାରରେ ଯାତ୍ରା କରୁଥିଲେ । ଦୁହେଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେମାନଙ୍କ ସହ ମୁହାଁମୁହିଁ ହୋଇଥିବା ଫେରାରୀ କାରରେ ଯାତ୍ରା କରୁଥିବା ସ୍ୱିସ୍ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାରେ ଛାନଭିନ୍ ଆରମ୍ଭ କରିଛି ।

କୁହାଯାଉଛି ଯେ, ଗାୟତ୍ରୀ ଯୋଶୀ ଏବଂ ତାଙ୍କ ସ୍ୱାମୀ ବିକାଶ ଓବରୋୟ ଏକ ବିଳାସପୂର୍ଣ୍ଣ କାର ରେସରେ ଭାଗ ନେଉଥିଲେ । ଘଟଣା ସମୟରେ ତାଙ୍କ ଲମ୍ବୋର୍ଗିନି କାର ପଛରେ ଅନ୍ୟାନ୍ୟ ବିଳାସପୂର୍ଣ୍ଣ ଗାଡି ଚାଲୁଥିଲା । ଏହି ସମୟରେ ଏକ ମିନି ଟ୍ରକକୁ ଅତିକ୍ରମ କରୁଥିବା ବେଳେ ତାଙ୍କ କାର ଫେରାରୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଫେରାରୀ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇ ମିନି ଟ୍ରକ୍ ଓଲଟି ପଡିଥିଲା । ଟ୍ରକଟି ଓଲଟି ପଡ଼ିବା ମାତ୍ରେ ଫେରରୀରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣା ଇଟାଲୀର ସର୍ଦ୍ଦାରିଆ ଅଞ୍ଚଳରେ ଘଟିଥିବା ଜଣାପଡିଛି ।

୨୦୦୪ ଠାରୁ ଚଳଚ୍ଚିତ୍ରଠାରୁ ଦୂରରେ ରହିଥିଲେ :-
ଅଭିନେତ୍ରୀ ଗାୟତ୍ରୀ ଏହି ଗମ୍ଭୀର ତଥା ଅତ୍ୟଧିକ ଯନ୍ତ୍ରଣାଦାୟକ ଦୁର୍ଘଟଣା ପରେ କହିଥିଲେ ଯେ, ସେ ତାଙ୍କ ସ୍ୱାମୀ ବିକାଶଙ୍କ ସହ ଇଟାଲୀରେ ଯାତ୍ରା କରୁଥିଲେ । ସେ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି, କିନ୍ତୁ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଗାୟତ୍ରୀ ଯୋଶୀ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଏବଂ ବଲିଉଡରୁ ଦୂରରେ ଥିଲେ । ଓବରୋୟ କଷ୍ଟ୍ରକ୍ସନର ପରିଚାଳନା ନିର୍ଦ୍ଦେଶକ ବିକାଶ ଓବରୋୟଙ୍କୁ ବିବାହ କରିବା ପରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଧ୍ୟାନ ଦେଉଛନ୍ତି । ଓବରୋୟ କଷ୍ଟ୍ରକ୍ସନର ନାମ ଭାରତର ବଡ ରିଏଲ୍ ଇଷ୍ଟେଟ୍ କମ୍ପାନୀରେ ସାମିଲ ।

Get real time updates directly on you device, subscribe now.