fbpx

(Video) ପୋଖରୀରେ ଗାଧୋଉଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ଖୁମ୍ପିଲା ହଂସ: ଆଉ ତା’ ପରେ…

Advertisement

ଅନେକଥର ଆପଣଙ୍କ ସହ ଏପରି କିଛି ଘଟଣା ଘଟିଯାଏ, ଯାହା ବିଷୟରେ ଆପଣ କେବେ କଳ୍ପନା ବି କରିନଥିବେ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ସହ କିଛି ଏପରି ଘଟିଛି, ଯାହାକୁ ଦେଖି ଆପଣଙ୍କର ବି ହୋସ୍ ଉଡିଯିବ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ପୋଖରୀରେ ଗାଧୋଇବା ପାଇଁ ଯାଇଥିଲେ । କିନ୍ତୁ ଏହି ସମୟରେ ତାଙ୍କ ସହ ଏପରି କିଛି ଘଟିଲା, ଯାହା ଫଳରେ ତାଙ୍କୁ ନିଜ ଜୀବନ ବଞ୍ଚାଇ ସେଠାରୁ ଚାଲିଯିବାକୁ ପଡିଲା ।

ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ । ସେ ପୋଖରୀରେ ଆରାମରେ ପହଁରି ପହଁରି ଆଗକୁ ବଢ଼ୁଥିଲେ ଓ ପାଣିର ମଜା ନେଉଥିଲେ । ଠିକ୍ ସେତିକିବେଳେ ୨ଟି ହଂସ ତାଙ୍କ ପାଖକୁ ଆସୁଥିବା ଦେଖିଥିଲେ । ହଂସକୁ ଦେଖି ବ୍ୟକ୍ତି ଜଣକ ଶୀଘ୍ର ପହଁରିବାକୁ ଲାଗିଥିଲେ ।

କିନ୍ତୁ ଅଚାନକ୍ ଦେଖୁ ଦେଖୁ ହଂସଟି ତାଙ୍କ ପିଛା କରିବାକୁ ଲାଗିଲା । ହଂସଟି ଜଲଦୀ ଜଲଦୀ ବ୍ୟକ୍ତିଙ୍କ ପାଖକୁ ଆସି ତାଙ୍କ ପିଠିକୁ ଖୁମ୍ପିବାକୁ ଲାଗିଥିଲା । ଥଣ୍ଟରେ ଛୋଟ ମାରି ମାରି ସେ ବ୍ୟକ୍ତିଙ୍କୁ ହନ୍ତସନ୍ତ କରିଥିଲା । ବ୍ୟକ୍ତି ଜଣକ ବଞ୍ଚିବା ପାଇଁ ପାଣିରେ ଆଗକୁ ଯିବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ହଂସଟି ବ୍ୟକ୍ତିଙ୍କ ପଛରେ ଆକ୍ରମଣ ଜାରି ରଖିଥିଲା ।

ଏହି ଭାଇରାଲ ଭିଡିଓକୁ ଇନଷ୍ଟାଗ୍ରାମରେ ବଲିଉଡ ଅଭିନେତା ଶକ୍ତି କପୁର ସେୟାର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡସଓରେ ଲୋକମାନେ ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Shakti Kapoor (@shaktikapoor)

Get real time updates directly on you device, subscribe now.