ସାର୍ଟ ଟାଣି ଚାପୁଡା ସହ ଗୋଇଠା ମାରିଥିଲା ବିଭବ, ଖୁଲାସା ହେଲା ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ

ନୂଆଦିଲ୍ଲୀ: ସ୍ୱାତୀ ମାଲିୱାଲଙ୍କ ସହ ହୋଇଥିବା ମାରପିଟ ଘଟଣା ସମସ୍ତଙ୍କୁ ଚକିତ କରଛିି । ଆମ ଆଦମୀ ପାର୍ଟୀର ରାଜ୍ୟସଭା ସାଂସଦ ଦିଲ୍ଲୀ ପୋଲିସକୁ ନିଜ ଅଭିଯୋଗରେ ତାଙ୍କ ସହ ୧୩ ତାରିଖରେ ଘଟିଥିବା ସମସ୍ତ ଘଟଣା ବିଷୟରେ କହିଛନ୍ତି । ୧୩ ମେ ରେ ତାଙ୍କ ସହ ବିଭବ କୁମାର ମାରପିଟ କରିଥିଲେ ।

ସ୍ୱାତୀ ମାଲିୱାଲଙ୍କ କହିବାନୁଯାୟୀ, ବିଭବ ତାଙ୍କ ପେଟକୁ ମାରିଥିଲେ ଏବଂ ତାଙ୍କ ମୁଣ୍ଡକୁ ଟେବୁଲ ଉପରେ ମୁଣ୍ଡକୁ ନେଇ ପିଟିଥିଲେ । ଦିଲ୍ଲୀ ପୋଲିସ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗରେ ବିଭବଙ୍କ ଉପରେ ଆଇପିସି ଧାରା ୩୦୮,୩୪୧,୩୫୪ବି, ୫୦୬ ଏବଂ ୫୦୯ ଅନୁଯାୟୀ ମାମଲା ରୁଜ୍ଜୁ କରିଛନ୍ତି ।

ସ୍ୱାତୀ ମାଲିୱାଲ ୧୩ ମେ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବା ଲାଗି ତାଙ୍କ ବାସଭବନରେ ପହଁଚିଥିଲେ । ଏହାପରେ ସେ ବିଭବଙ୍କୁ ଫୋନ କରିଥିଲେ ହେଲେ କୌଣସି ସଂପର୍କ ହୋଇପାରିନଥିଲା । ଏହାପରେ ସେ ମୁଖ୍ୟ ରାସ୍ତା ଦେଇ ଭିତକୁ ଯାଇଥିଲେ । ସେତେବେଳେ ସେଠାରେ ବିଭବ ନଥିଲେ । ଉପସ୍ଥିତ ଥିବା କର୍ମଚାରୀମାନେ ତାଙ୍କୁ ଡ୍ରଇଙ୍ଗ ରୁମରେ ବସାଇ ଅପେକ୍ଷା କରିବାକୁ କହିଥିଲେ ।

ହଠାତ ବିଭବ ସେଠାକୁ ଆସି ଜୋର ପାଟିରେ ଚିଲାଇବାକୁ ଲାଗିଲା ଏବଂ ସ୍ୱାତୀଙ୍କୁ ଗାଳି ମଧ୍ୟ କରିଲେ । ମୁଁ ଏଥିରେ ଆଶ୍ଚର୍ଯ୍ୟ ହୋଇଗଲି ଏବଂ କହିଲି ଯେ, ମୋ ସହ ଏପରି କଥା ହୁଅନ୍ତୁ ନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରନ୍ତୁ । ସେ ଉତ୍ତରରେ କହିଥିଲେ, ତୁ କିପରି ଆମ କଥା ମାନିବୁ ନାହିଁ । ଏହାପରେ ସେ ସ୍ୱାତୀଙ୍କୁ ୭-୮ ଥର ଚାପୁଡା ମାରିଛନ୍ତି । ମୁଁ ଚିଲାଇବକୁ ଲାଗିଲି । ଏହାପରେ ସେ ମୋ ସାର୍ଟକୁ ଉପରକୁ ଟାଣିନେଇଥିଲେ, ଏଥିରେ ମୋ ସାର୍ଟ ବଟମ ଖୋଲିଯାଇଥିଲା ଏବଂ ମୁଁ ତଳେ ପଡିଯାଇଥିଲି । ଏହାପରେ ସେ ମୋ ମୁଣ୍ଡକୁ ଟେବୁଲ ଉପରେ ରଖିଥିଲା ଏବଂ ମୁଁ ସାହାଯ୍ୟ ପାଇଁ ଚିଲାଇବାକୁ ଲାଗିଲି । ସେ ମୋ ଛାତି, ପେଟ ଏବଂ ଶରୀରର ତଳ ଭାଗକୁ ଗୋଇଠା ମାରିଥିଲେ । ଏହାପରେ ସେ ୧୧୨କୁ ଫୋନ କରି ସମସ୍ତ ସୂଚନା ଦେଇଥିଲେ ।