fbpx

ସ୍ତନ କର୍କଟ ବଂଶାନୁଗତ କି ? ଆଜି କାଲି କାହିଁକି ବଢୁଛି ଏହାର ମାତ୍ରା

ଓଡିଶା ଭାଷ୍କର : ଆଜି କାଲି ରୋଗ ଗୁଡିକ ମଣିଷ ଜୀବନକୁ ଘେରି ରହିଛି। ଏପରି ଭିନ୍ନ ରୋଗ ପ୍ରତିଦିନ ଚିହ୍ନଟ ହେଉଛି ଯାହାର ସଠିକ ସମୟରେ ଯଦି ଉପଚାର ନ କରାଯାଏ ତେବେ ଏଥରେ ଲୋକଙ୍କ ଜୀବନ ଯିବା ସୁନିଶ୍ଚିନ୍ତ। ଏହାଭିତରେ କ୍ୟାନ୍ସର ଗୋଟଏ ଏପରି ରୋଗ ଯାହାର ପ୍ରାରମ୍ଭିକ ଉପଚାର ନ କରାଗଲେ ଏଥିରେ ପିଡିତ ଥିବା ଲୋକଙ୍କୁ ବଞ୍ଚାଇବା ଅସମ୍ଭବ ହୋଇପଡେ। କ୍ୟାନ୍ସର ବି ଭିନ୍ନ ପ୍ରଜାତି ରହିଛି। ତେବେ ଆଜିର ସମୟରେ ମହିଳାମାନଙ୍କ ମଧ୍ୟରେ ହେଉଥିବା ବ୍ରେଷ୍ଟ କ୍ୟାନ୍ସର ମୃତ୍ୟୁର ସବୁଠାରୁ ବଡ଼ କାରଣ ବୋଲି କୁହାଯାଇପାରେ । କ୍ୟାନ୍ସର ସେତେବେଳେ ଆରମ୍ଭ ହୁଏ ଯେତେବେଳେ କୋଷିକାଗୁଡ଼ିକ ନିୟନ୍ତ୍ରଣ ବାହାରେ ହୋଇଯାନ୍ତି । ଅଧିକାଂଶ ମାମଲାରେ ବ୍ରେଷ୍ଟ କ୍ୟାନ୍ସର କୋଷିକାରେ ଟ୍ୟୁମର ତିଆରି କରନ୍ତି ଯାହାକୁ ଏକ ଗାଢ଼ା ଟିସ୍ୟୁ ଭାବରେ ଅନୁଭବ କରିହୁଏ । ଏହା ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଦେଖାଦେଇଥାଏ। କିନ୍ତୁ କୌଣସି ଦୁର୍ଲଭ ମାମଲାରେ ଏହା ପୁରୁଷଙ୍କ ମଧ୍ୟରେ ଦେଖାଯାଏ । ତେବେ ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର ବ୍ୟତୀତ ସର୍ଭାଇକଲ , ଓଭେରିୟନ ଓ ଗର୍ଭାଶୟ ସହିତ ଜଡିତ କ୍ୟାନ୍ସର ଅଧିକ ହୋଇଥାଏ । ମହିଳାମାନଙ୍କ ମଧ୍ୟରେ ୭୦ ପ୍ରତିଶତ ଏହିପରି କ୍ୟାନ୍ସର ଦେଖୁବାକୁ ମିଳେ । ଅଧିକାଂଶ ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ । ବିଶେଷ କରି ୪୫ – ୫୦ ବର୍ଷର ମହିଳାମାନଙ୍କ ମଧ୍ୟରେ ବ୍ରେଷ୍ଟ ଓ ଓଭାରିଆନ କ୍ୟାନ୍ସର ଦେଖିବାକୁ ମିଳେ ।

ଏହାର କେତେକ କାରଣଗୁଡ଼ିକ ହେଲା :
କ୍ୟାନ୍ସର ବଂଶାନୁଗତ ବି ହୋଇପାରେ । ଏକ ଅଧ୍ୟୟନ ଅନୁସାରେ ବିଆରସିଏ – ୧ ଓ ବିଆରସିଏ – ୨ ନାମକ ଜିନ୍ ଯୋଗୁ। ମହିଳାମାନଙ୍କ ମଧ୍ୟରେ କ୍ୟାନ୍ସରର ଆଶଙ୍କା ୪ – ୮ଗୁଣ ଅଧୁକ ବୃଦ୍ଧି ପାଏ ।
ବଂଶାନୁଗତ କାରଣରୁ ୧୦ ପ୍ରତିଶତ ମହିଳାମାନଙ୍କର ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ ।
ଚର୍ବିଯୁକ୍ତ ଖାଦ୍ୟପେୟ , ମୋଟାପଣ , ବିଳମ୍ବରେ ବିବାହ , କମ୍ ପିଲା କରିବା , ଭୁଲ ପ୍ରକ୍ରିୟାରେ ସ୍ତନ୍ୟପାନ କରାଇବା ଯୋଗୁଁ ବି ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ ।
ସହରୀକରଣକୁ ବ୍ରେଷ୍ଟ କ୍ୟାନ୍ସରର ବଡ କାରଣ ବୋଲି ମଧ୍ୟ କୁହାଯାଇପାରେ। ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସହଜରେ ଜଣାପଡୁଥିବା କ୍ୟାନ୍ସର ହେଉଛି ସର୍ଭାଇକଲ। ଗର୍ଭାଶୟର ମୁଖ୍ୟ ଦ୍ବାରକୁ ସର୍ଭିକ୍ସ କୁହାଯାଏ । ସର୍ଭିକ୍ସରେ ସେକ୍ଟର ଅନିୟମିତ ବୃଦ୍ଧିକୁ ସର୍ଭାଇକଲ କ୍ୟାନ୍ସର କୁହାଯାଏ । ଏହାର ପ୍ରମୁଖ କାରଣ ହ୍ୟୁମ୍ୟାନ ପପିଲୋମା ଭାଇରସ୍‌ ( ଏପିଭି ) । ଆମ ଦେଶରେ ୨୩ ପ୍ରତିଶତ ମହିଳା ଏହି କ୍ୟାନ୍ସର ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ସେଥିପାଇଁ ୧୧ – ୧୩ ବର୍ଷର ଝିଅମାନଙ୍କୁ ଏପିଭିର ଟିକା ଲଗାଯାଏ ।

ତେବେ ଏହାର ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା : ଏହାର ପ୍ରାରମ୍ଭିକ ସ୍ତରରସ୍ଥିତିକୁ ଡିପ୍ଲେସିଆ କୁହାଯାଏ । ଏଥିରେ ସହଜରେ ଚିକିତ୍ସା କରାଯାଇ ପାରିବ । ଏହି ସମସ୍ୟାକୁ ଅଣଦେଖା କରିଲେ ଏହା କ୍ୟାନ୍ସରରେ ପରିବର୍ତ୍ତିତ ହୋଇଯାଏ । ଏହାକୁ କାନୋମା କୁହାଯାଏ । ପ୍ରାରମ୍ଭିକ ସ୍ତରରେ ଏହାର ଚିହ୍ନଟ ନହୋଇ ପାରିଲେ ମଧ୍ୟ କିଛି ଶାରୀରିକ ଗତିବିଧ ରହିଛି ଯାହାଦ୍ବାରା ଏହାର ଚିହ୍ନଟ ସହଜରେ ହୋଇଯାଏ । ଶାରୀରିକ ସମ୍ବନ୍ଧ ପରେ ବ୍ଲିଡିଙ୍ଗ ହେବା ବା ଯନ୍ତ୍ରଣା ହେବା ଏହାର ମୁଖ୍ୟ ଲକ୍ଷଣ । ଏହା ବ୍ୟତୀତ ମାସିକ ୠତୁସ୍ରାବ ବନ୍ଦ ହେବା ପରେ ବି ବ୍ଲିଡିଙ୍ଗ ହେବା ମଧ୍ୟ ଏହାର ମୁଖ୍ୟ ଲକ୍ଷଣ ଅଟେ ।

Get real time updates directly on you device, subscribe now.