fbpx

୧ କୁଇଣ୍ଟାଲ ସିନ୍ଥେଟିକ୍ ପନିର ଜବତ: ଜଣେ ଗିରଫ

କଟକ, ୩୦ା୧୨ (ଓଡିଶା ଭାସ୍କର): ଚାଉଳିଆଗଞ୍ଜ ପୋଲିସ ଦ୍ୱାରା ସିନ୍ଥେଟିକ ପନିର ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ଏହି ପନିର କଲିକତାରୁ କଟକକୁ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି ।

ଏହି ଘଟଣାରେ କଟକରୁ ୧ କୁଇଣ୍ଟାଲରୁ ଅଧିକ ନକଲି ପନିର ଜବତ କରାଯାଇଛି । ଏନେଇ ପୋଲିସ ଜଣକୁ ଅଟକ ରଖି ଘଟଣାର ଖୋଳତାଡ଼ କରୁଛି । ରାଜ୍ୟ ବାହାରୁ ନକଲି ପନିର ଆସୁଥିବାରୁ ଏହି ଘଟଣାରେ ଏକ ବଡ଼ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ଅପରାଧୀଙ୍କ ବିଷୟରେ ତଥ୍ୟ ହାସଲ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.