fbpx

ଜୁଲାଇ ୨୦ରେ ହେବ ସିଷ୍ଟମ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା: OSSC ପକ୍ଷରୁ ଘୋଷଣା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଫେବୃଆରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଏହି ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ମାସ ୨୦ ତାରିଖରେ ସିଷ୍ଟମ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ଶିଟିଂରେ ଓଏମଆର ମୋଡ଼ରେ ଭୁବନେଶ୍ୱରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ୨୦୦ ମାର୍କର ପରୀକ୍ଷା ଦେବେ । ପ୍ରତି ଭୁଲ ଉତ୍ତର ପାଇଁ ୦.୫୦ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି । ପ୍ରାର୍ଥୀମାନେ ଆସନ୍ତା ମାସ ୧୫ ତାରିଖ ପରଠାରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଏହି ପଦ ପାଇଁ ଗତ ଫେବୃଆରୀ ମାସ ୨୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୮ ତାରିଖରେ ସମାପ୍ତ ହୋଇଥିଲା । । ଏପ୍ରିଲ ମାସ ୨ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ କରିବା ସହିତ ଏପ୍ରିଲ ମାସ ୪ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମକୁ ସଂଶୋଧନ କରିଥିଲେ । କମ୍ପ୍ୟୁଟର ସାଇନ୍ସ / ଇନଫର୍ମେସନ ଟେକ୍ନୋଲୋଜିରେ ବି.ଟେକ କିମ୍ବା ବି.ଇ କରିବା ସହିତ ୬୦ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିଥିଲେ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିଲା ।

Get real time updates directly on you device, subscribe now.