fbpx

ମହଙ୍ଗା ପଡିଲା ମଦ କାରବାର ଧରପଗଡ଼, ତହସିଲଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ବ୍ରପୁହ୍ମୁର, (ଭାସ୍କର ନ୍ୟୁଜ): ମଦ ଧରପଗଡ଼ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର ଓ ଅବକାରୀ କର୍ମଚାରୀ । ଏପରିକି ଗାଁ ଲୋକେ ସରକାରୀ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିବାବେଳେ ତହସିଲଦାରଙ୍କ ସମେତ ଅନ୍ୟମାନଙ୍କୁ ଚାରିଟୁ ଘେରିଯାଇ ନିର୍ଦ୍ଧୁମ ପିଟିଥିଲେ । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ତହସିଲଦାରଙ୍କ ସମେତ ୩ ଜଣ ଗୁରୁତର ଅଛନ୍ତି । ଏପରି ଘଟଣା ଗଞ୍ଜାମ ଜିଲ୍ଲା ପାତ୍ରୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ବୁଢ଼ୀଘାଟି ଗାଁରେ ଘଟିଛି ।

ବୁଢ଼ୀ ଘାଟି ଗାଁରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ପାତ୍ରୁର ତହସିଲଦାରଙ୍କ ସମେତ ଅବକାରୀ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଉଥିଲେ । ୩ଟି ଗାଡ଼ିରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ବୁଢ଼ୀ ଘାଟି ଗାଁକୁ ଯାଉଥିଲେ । ଏ ସମ୍ପର୍କରେ ସୂଚନା ପାଇ ଗ୍ରାମବାସୀ ଗାଁ ମୁଣ୍ଡରେ ସମସ୍ତଙ୍କୁ ଅଟକାଇ ଦେଇଥିବା ବେଳେ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିଲେ । ଏହାପରେ ତହସିଲଦାର ଗାଡ଼ିରୁ ଓହ୍ଲାଇ ଉତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଲୋକେ ହଠାତ୍‌ ତହସିଲଦାରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କୁ ପିଟିବା ଆରମ୍ଭ କରିଥିଲେ । ସେମାନଙ୍କ ଆକ୍ରମଣ ଯୋଗୁ ତହସିଲଦାରଙ୍କ ସମେତ ୨ ଅବକାରୀ କର୍ମଚାରୀଙ୍କୁ ମୁଣ୍ଡ ଫାଟିଛି ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଖବର ପାଇ ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଥିଲା । ଏହାପରେ ତହସିଲଦାର ଓ ଏବଂ ଅବକାରୀ ବିଭାଗ କର୍ମଚାରୀ ସୁରଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.