fbpx

ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ମେଡିସିନ୍ ଶରୀରରୁ ଶୁଖାଇପାରେ ରକ୍ତ…ହୋଇପାରେ ଏହି ଗମ୍ଭୀର ରୋଗ: ରିପୋର୍ଟ

ଆସ୍ପିରିନ୍ ନାମକ ଏକ ମେଡିସିନ୍ ଅଛି, ଯାହା ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି । ଏହା ଏପରି ଏକ ମେଡିସିନ, ଯାହାକୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ୟବହୃତ କରାଯାଏ । ଏହା ବ୍ୟତୀତ ଏଥିରେ ଜ୍ୱର ମଧ୍ୟ କମିଯାଏ । ଏଥି ସହିତ ଅନେକ ଲୋକ ହୃଦଘାତ ଏବଂ ଷ୍ଟ୍ରୋକରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ଆସ୍ପିରିନ୍ ମେଡିସିନ୍ ସେବନ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ମେଡିସିନ୍ ଆପଣଙ୍କୁ ଅଧିକ ଅସୁସ୍ଥ କରିପାରେ । ଏହି କାରଣରୁ ଡାକ୍ତରମାନେ ଲୋକଙ୍କୁ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ବାସ୍ତବରେ ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ, ଆସ୍ପିରିନର ଏକ ମାତ୍ରା ଆପଣଙ୍କ ଶରୀରରୁ ରକ୍ତ ଶୁଷ୍କ କରିପାରେ ।

ଅଧ୍ୟୟନ କ’ଣ କହୁଛି :-
ଆସ୍ପିରିନ୍ ଯନ୍ତ୍ରଣାରୁ ମୁକ୍ତି ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପ୍ରଭାବ ପାଇଁ ବେଶ ଜଣାଶୁଣା । ହାର୍ଟ ଏବଂ ଷ୍ଟ୍ରୋକ୍ ଭଳି କିଛି ହୃଦୟ ଜନିତ ରୋଗ ପାଇଁ ଆସ୍ପିରିନକୁ ଯନ୍ତ୍ରଣା ଉପଶମକାରୀ ଭାବରେ ବ୍ୟବହୃତ କରାଯାଏ । ତଥାପି ଯଦି ଲୋକମାନେ ଏହି ମେଡିସିନକୁ ଦୀର୍ଘ ସମୟ ଧରି ସେବନ କରୁଛନ୍ତି, ସେମାନେ ପାଇଁ ଏହି ଅଧ୍ୟୟନ ପୌଣସି ବିପଦଠାରୁ କମ୍ ନୁହେଁ । ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ, ଆସ୍ପିରିନ୍ ଖାଉଥିବା ଲୋକଙ୍କଠାରେ ରକ୍ତହୀନତାର ଆଶଙ୍କା ଦେଖିବାକୁ ମିଳିଛି । ଅଧ୍ୟୟନରୁ ଜଣାପଡିଛି ଯେ ଲୋ-ଡୋଜ୍ ଆସ୍ପିରିନ୍ ନେଉଥିବା ଲୋକଙ୍କଠାରେ କମ୍ ରକ୍ତହୀନତାର ଆଶଙ୍କା ୨୦ ପ୍ରତିଶତ ବଢ଼ିଯାଏ ।

ଆସ୍ପିରିନ୍ ମଧ୍ୟ ଏହି ଉପାୟରେ କ୍ଷତି କରିଥାଏ :-

ଆସ୍ପିରିନ୍ ମେଡିସିନ୍ ପେନ୍ କିଲର ସହିତ ବ୍ଲାଡ ଥିନରର କାମ କରିଥାଏ । ଏହା ରକ୍ତ ଜମାଟ ବାନ୍ଧିବାକୁ ରୋକିଥାଏ । ଏହାର ଫାଇଦା ସହିତ କ୍ଷତି ମଧ୍ୟ ରହିଛି । ଏହାକୁ କମ୍ ମାତ୍ରାରେ ସେବନ କଲେ ମଧ୍ୟ ଏହାଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରେ । ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଅଧିକ ମାତ୍ରାରେ ଆସ୍ପିରିନ୍ ପେଟ ଏବଂ ଅନ୍ତନଳୀରେ ଥିବା ଆସ୍ତରଣକୁ ଉତ୍ତେଜିତ କରିପାରେ, ଯାହା ପେଟରେ ଯନ୍ତ୍ରଣା, ବିଚଳିତ, ରକ୍ତସ୍ରାବ ଭଳି ଲକ୍ଷଣ ସୃଷ୍ଟି କରିଥାଏ ।

Get real time updates directly on you device, subscribe now.