fbpx
BJD SKY
BJD SKY

କ’ଣ ଆପଣ ବି ନେଉଛନ୍ତି ଅଧିକ ଷ୍ଟ୍ରେସ୍ ? ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସତର୍କ

BJD

ନୂଆଦିଲ୍ଲୀ: ଶରୀରରେ ଯଦି କୌଣସି ରୋଗ ହୋଇଥାଏ ତେବେ ଏହାର ଲକ୍ଷଣ ଦେଖାଦେଇଥାଏ । ଲୋକେ ଏହାର ଚିକିତ୍ସା କରରାଇଥାନ୍ତି । କିନ୍ତୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନାର ଅଭାବ ଏବଂ ଭୁଲ ବୁଝାମଣା ଯୋଗୁଁ ଲୋକେ ଏହା ଉପରେ ଧ୍ୟାନ ଦେଇନଥାନ୍ତି । ଯଦି ଆପଣ ମାନସିକ ଭାବରେ ଚିନ୍ତିତ କିମ୍ବା ଚାପଗ୍ରହ ତେବେ ଆପଣଙ୍କୁ ଅନେକ ଗମ୍ଭୀର ରୋଗ ହେବାର ବିପଦ ରହିଛି । ସୁସ୍ଥ ରହିବା ପାଇଁ ଷ୍ଟ୍ରେସ ଫ୍ରି ରହିବା ବହୁତ ଜରୁରୀ । ଷ୍ଟ୍ରେସ୍ ଶରୀରରେ ଏକ ସାଧାରଣ ପ୍ରତିକ୍ରିୟା । କିନ୍ତୁ ଏହା ଆବଶ୍ୟକତାରୁ ଅଧିକ ବଢ଼ିଗଲେ ବିପଦ ସାଜିପାରେ । ଏଠାରେ ଆକେ ଆପଣଙ୍କୁ କିଛି ଲକ୍ଷଣ ବିଷୟରେ କହିବୁ, ଯାହାଦ୍ୱାର ଆପଣ ଜାଣିପାରିବେ ଆପଣଙ୍କର ଷ୍ଟ୍ରେସ ଲେବୁଲ ଅଧିକ ବଢ଼ିଯାଇନାହିଁ ତ’?

ଚାପ ସମସ୍ତଙ୍କ ଉପରେ ଥାଏ । ଯେତେବେଳେ ଆମେ କିଛି ପରିବର୍ତ୍ତନ କିମ୍ବା କୌଣସି ଚାଲେଞ୍ଜର ସାମ୍ନା କରୁ ସେତେବେଳେ ଶାରୀରିକ ଏବଂ ମାନସିକ ସ୍ତରରେ ରିଆକ୍ସନ ହୋଇଥାଏ, ଏହାକୁ ଚାପ କୁହାଯାଏ । ଷ୍ଟ୍ରେସ ପଜିଟିଭ ମଧ୍ୟ ହୋଇପାରେ । ଆମର ମସ୍ତିଷ୍କ ପ୍ରକୃତି କିଛି ଏଭଳି ଭାବରେ ତିଆରି କରିଛି ଯେ ଏହା ବିପଦ ଦେଖିବା ମାତ୍ରେ ଫାଇଟ୍ ଏବଂ ଫ୍ଲାଇଟ ମୋଡରେ ଆସିଯାଇଥାଏ । ଷ୍ଟ୍ରେସ୍ ସମୟରେ ମସ୍ତିଷ୍କ ସେହି ପରିସ୍ଥିତି ସହ ମୁକାବିଲା କରିବା ପାଇଁ ଶରୀରକୁ ପ୍ରସ୍ତୁତ କରିଥାଏ । କିନ୍ତୁ ଯଦି ଆପଣ ଅଧିକ ସମୟ ପାଇଁ ଷ୍ଟ୍ରେସରେ ରହୁଛନ୍ତି ତେବେ ଏହାଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ । ଯେଉଁ କାରଣରୁ ଶାରୀରିକ ଏବଂ ଇମୋସନାଲ ଅନେକ ପ୍ରକାରର ଲକ୍ଷଣ ଦେଖାଯାଇଥାଏ ।

ମାନସିକ ଲକ୍ଷଣ:

ଆପଣଙ୍କୁ ଛୋଟ-ଛୋଟ କଥାରେ କାନ୍ଦ ଲାଗିବା ଏବଂ ଆପଣ ଅଧିକ ଇମୋସନାଲ ହୋଇପଡ଼ିବା । ଯଦି ଆପଣ କୌଣସି କଥା ଭୁଲିବାକୁ ଲାଗୁଛନ୍ତି କିମ୍ବା କୌଣସି କାମରେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ କରିପାରୁନାହାଁନ୍ତି । କୌଣସି କାମକୁ ପୂରା କରିବାରେ ଆବଶ୍ୟକତା ଠାରୁ ଅଧିକ ସମୟ ନେଉଛନ୍ତି କିମ୍ବା କୌଣସି ଜିନିଷରେ ନିଷ୍ପତ୍ତି ନେବାରେ ଅସୁବିଧା ହେଉଛି । ଷ୍ଟ୍ରେସ କମ୍ କରିବାକୁ ଆପଣ ମଦ କିମ୍ବା ଡ୍ରଗ୍ସ ନେବାକୁ ଆରମ୍ଭ କରିଦେଉଛନ୍ତି ।

ଶାରୀରିକ ଲକ୍ଷଣ:

ହୃଦୟ ଗତି ବଢ଼ିବା, ଛାତି ଭାରି ଲାଗିବା । ମୁଣ୍ଡ ବିନ୍ଧା ହେବା । ହଜମ ସହ ଜଡ଼ିତ ଅସୁବିଧା ଦେଖାଦେବା, କବ୍ଚ କିମ୍ବା ଡାଇରିଆ । ଓଜନ କମ୍ ହେବା, ଭୋକ ନଲାଗିବା କିମ୍ବା ଅଧିକ ଭୋକ ଲାଗିବା । ଥକ୍କା ଅନୁଭୂତ ହେବା । ଲୋକଙ୍କ ସହ ମିଶିବାକୁ ମନ ନହେବା । ନିଦ କମ୍ ଆସିବା କିମ୍ବା ଆବଶ୍ୟକତାଠାରୁ ଅଧିକ ଶୋଇବା ଆଦି ଲକ୍ଷଣ ଦେଖାଦେଇଥାଏ ।

ଏମିତି କରିପାରିବେ ଷ୍ଟ୍ରେସ ଦୂର:

ଷ୍ଟ୍ରେସ୍ ଲମ୍ବା ସମୟ ଧରି ରହିଲେ ଆପଣଙ୍କୁ ଡିପ୍ରେସନ ଏବଂ ପାନିକ୍ ଆଟାକ୍ ଆଦି ହୋଇପାରେ । ଯଦି ଆପଣଙ୍କୁ କୌଣସି କଥା ଚିନ୍ତିତ କରୁଛି ତେବେ ଆପଣ କେହି ନିକଟଲୋକଙ୍କୁ ଏହା କହିପାରିବେ । ଯେତେବେଳେ ଆପଣ କିଛି କଥାକୁ ନେଇ ଟେନସନ୍ ହେବାକୁ ଲାଗୁଛନ୍ତି ତେବେ ଶରୀରକୁ ଆକ୍ଟିଭ କରନ୍ତୁ । ଦୀର୍ଘନିଶ୍ୱାସ ନିଅନ୍ତୁ, ବ୍ୟାୟାମ କରନ୍ତୁ । ନିଜର ଉପଲବ୍ଧି ଏବଂ ଜୀବନର ସବୁଠୁ ଭଲ ସମୟକୁ ମନେ ପକାନ୍ତୁ । ନିଜକୁ ଯଦି ସମ୍ଭାଳି ପାରୁନାହାଁନ୍ତି ତେବେ ଡେରି ନକରି କେହି ଥେରାପିଷ୍ଟଙ୍କ ସାହାଯ୍ୟ ନିଅନ୍ତୁ ।

Get real time updates directly on you device, subscribe now.