fbpx

୧୫ରୁ ୪୫ ବର୍ଷର ନାରୀଙ୍କ ତାଲିକା ମାଗିଲା ତାଲିବାନ; କରିବେ ଏମିତି କାମ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକା ନିଜର ସେନା ପ୍ରତ୍ୟାହାର କରିବା ପରେ ଆଫଗାନ ବାସୀଙ୍କ କଷ୍ଟ ବଢିବାରେ ଲାଗିଛି । ନିୟମିତ ହିଂସାକାଣ୍ଡରେ ଆଫଗାନ ବାସୀ ହଇରାଣ ହେଉଥିବା ବେଳେ ଏବେ ତାଲିବାନର ଆଉ ଏକ ବର୍ବରତା ସାମ୍ନାକୁ ଆସିଛି । ଯୁଦ୍ଧ ପ୍ରପୀଡିତ ଆଫଗାନିସ୍ତାନର ମାତ୍ରାଧିକ ଅଞ୍ଚଳ ତାଲିବାନ ନିଜ ଅଧୀନକୁ ନେଇ ସାରିଥିବା ବେଳେ ସମସ୍ତ ସ୍ଥାନୀୟ ମୌଲବୀ(ଧାର୍ମିକ ନେତା)ଙ୍କ ପାଇଁ ଏକ ଆଦେଶ ଦେଇଛି । ସେମାନଙ୍କ ଅଞ୍ଚଳରେ ରହିଥିବା ୧୫ ବର୍ଷରୁ କମ ଝିଅ ଓ ୪୫ ବର୍ଷରୁ କମ୍ ବିଧବାଙ୍କ ତାଲିକା ଦେବା ପାଇଁ ଆଦେଶ ଦିଆଯାଇଛି ।

ଏହି ମହିଳା ମାନଙ୍କୁ ତାଲିବାନୀ ଯୋଦ୍ଧାଙ୍କ ସହିତ ବିବାହ କରାଇ ସେମାନଙ୍କୁ ପାକିସ୍ତାନର ୱିଜିରିସ୍ତାନ ପଠାଯିବ । ସେଠାରେ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯିବ । ସନ୍ ଖବରକାଗଗରେ ପ୍ରକାଶିତ ତଥ୍ୟ ଅନୁଯାୟୀ ତାଲିବାନ ପକ୍ଷରୁ ଏହି ଧମକ ଦିଆଯାଇଥିବା ବେଳେ ସମସ୍ତ ଇମାମ ଓ ମୁଲ୍ଲା ମାନଙ୍କୁଭ ଅପହରଣ କରି ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦ ବର୍ଷ ପରେ ଆମେରିକା ସୈନ୍ୟ ଅପସାରଣ ପରେ ତାଲିବାନୀଙ୍କ ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.