fbpx

ଫିକା ପଡ଼ିଲା ତାଲିବାନର ପ୍ରତିଶୃତି, ପୁଣି ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ

କାବୁଲ: ଆଫଗାନିସ୍ତାନରେ ଲୋକଙ୍କ ସୁରକ୍ଷାକୁ ନେଇ ତାଲିବାନର ପ୍ରତିଶୃତି କେବଳ କଥାରେ ହିଁ ରହିଗଲା । ଖବର ମୁତାବକ, କାବୁଲରେ ଆଉ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି ତାଲିବାନ୍ । ସେହି ସାମ୍ବାଦିକ ଟୋଲୋ ନ୍ୟୁଜ୍ ପାଇଁ କାମ କରୁଥିଲା । ଏହା ପୂର୍ବରୁ ତାଲିବାନ୍ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରିଥିଲା ।

ତେବେ ତାଲିବାନ କିପରି ସାମ୍ବାଦିକଙ୍କ ଉପରେ ଅତ୍ୟାଚାର କରୁଛି, ତାହା ଟୋଲୋ ନ୍ୟୁଜର ସାମ୍ବାଦିକ ଜିଆର ୟାଦ କହିଥିଲେ । ଜିଆର ଓ ତାଙ୍କ ସହିତ ଥିବା କ୍ୟାମେରାମ୍ୟାନଙ୍କୁ ପିଟିଥିଲେ ତାଲିବାନ୍ । ସେମାନେ ଆଫଗାନର ଗରୀବ ଓ ବେରୋଜଗାର ଉପରେ ରିପୋର୍ଟିଂ କରୁଥିଲେ । ସେମାନେ କାବୁଲର ହାଜି ଛକ ନିକଟରେ ରିପୋର୍ଟିଂ କରୁଥିଲେ । ଜିଆର କହିଥିଲେ ଯେ, ଯେବେ ସେମାନେ ଫଟୋ ନେଉଥିଲେ ସେତେବେଳେ ତାଲିବାନ ଲୋକେ ତାଙ୍କ ପାଖକୁ ଆସିଥିଲେ ଓ ଫୋନ୍ ଛଡାଇ ନେଇଥିଲେ । ପରେ ତାଳିବାନର ଆତଙ୍କୀମାନେ ସେମାନଙ୍କୁ ବନ୍ଧୁକରେ ପିଟିଥିଲେ ।

ତେବେ ଆଫଗାନିସ୍ତାନ କବଜା ପରେ ତାଲିବାନ୍ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଏଥିରେ ସେ ଅନେକ ପ୍ରତିଜ୍ଞା ପାଳନ କରିବାକୁ ପ୍ରତିଶୃତି ଦେଇଥିଲା । ସମସ୍ତେ ସ୍ୱାଧିନତାର ସହ କାମ କରିବେ, କିନ୍ତୁ ଆଫଗାନର ସଂସ୍କୃତି ସହିତ ସବୁ ହେବ ବୋଲି କୁହାଯାଇଥିଲା । କିନ୍ତୁ ତାଲିବାନ୍ ନିଜ କଥା ରଖିନଥିବା ବେଳେ ଲୋକଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ାଇବାରେ ଲାଗିଛି ।

Get real time updates directly on you device, subscribe now.