ଏହି ଦେଶରେ ଲାଗୁ ହେଲା ତାଲିବାନୀ ଶାସନ, ମହିଳା କ’ଣ ପିନ୍ଧିବେ ସରକାର ନେବେ ନିଷ୍ପତ୍ତି !

ଏଣିକି ଏହି ଦେଶର ମହିଳା ଆଉ ମନ ଇଚ୍ଛା ପୋଷାକ ପିନ୍ଧିପାରିବେନି!

ଢାକା:  ଏଣିକି ଆଉ ମନ ଇଚ୍ଛା ଡ୍ରେସ୍ ପିନ୍ଧିପାରିବେନି ମହିଳା। ଝିଅମାନଙ୍କ ଉପରେ ଲାଗୁ ହେଲା ତାଲିବାନୀ ଶାସନ। ଏଣିକି ମହିଳା ଏବଂ ଯୁବତୀ କେଉଁ ପୋଷାକ ପିନ୍ଧିବେ ତାହା ନିର୍ଣ୍ଣୟ କରିବେ ସରକାର।

ହଁ କଥାଟି ସତ। ଏଣିକି ମହିଳା ମାନେ କ’ଣ ପିନ୍ଧିବେ ସେ ଡ୍ରେସ କୋଡ୍ ସରକାର ସ୍ଥିର କରିବେ। କହିବାକୁ ଗଲେ ଏକ ପ୍ରକାର ତାଲିବାନୀ ଶାସନ। ହେଲେ ଏହି ଶାସନ କେଉଁଠି ଲାଗୁ ହୋଇଛି ଏବଂ ପୂରା ଘଟଣା କ’ଣ ଆସନ୍ତୁ ଜାଣିବା।

ମହିଳାଙ୍କ ଡ୍ରେସ୍ କୋଡ୍: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବହିଷ୍କାର ସହିତ ବାଂଲାଦେଶ ଏବେ ତାଲିବାନୀ ଶାସନ ଧାରାରେ ଆଗକୁ ବଢୁଛି।  ବାଂଲାଦେଶର ମହିଳା ଏବଂ ଝିଅମାନଙ୍କ ଉପରେ ତାଲିବାନୀ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି।

ସୂଚନାନୂଯାୟୀ,ବାଂଲାଦେଶ ବ୍ୟାଙ୍କ ମହିଳା କର୍ମଚାରୀଙ୍କ ପାଇଁ ଏକ ନୂଆ ଡ୍ରେସ୍ କୋଡ୍ ଲାଗୁ କରିଛି।  ଏଥିରେ ପୋଷାକ ପିନ୍ଧିବାର ସ୍ୱାଧୀନତା ଉପରେ ଅନେକ କଟକଣା ଲାଗୁ କରାଯାଇଛି। ଏହି ନିର୍ଦ୍ଦେଶ ବାଂଲାଦେଶ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଛି। ଯାହାକୁ ବାଂଲାଦେଶର କେନ୍ଦ୍ରୀୟ ବ୍ୟାଙ୍କ କୁହାଯାଏ।

ମହିଳା କର୍ମଚାରୀଙ୍କ ପାଇଁ ଲାଗୁ: ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ମହିଳାମାନେ ହାତ କଟା,ଛୋଟ ପୋଷାକ ଏବଂ ଲେଗିନ୍ସ ପିନ୍ଧିପାରିବେ ନାହିଁ।  ମହିଳାମାନେ କେବଳ ଶାଢୀ, ସାଲଓ୍ୱାର-କମିଜ୍ ସହିତ ଦୁପଟ୍ଟା କିମ୍ୱା ଅନ୍ୟାନ୍ୟ ସାଧା ପୋଷାକ ପିନ୍ଧିପାରିବେ।

କେବଳ ସେତିକି ନୁହେଁ ମହିଳାମାନେ କେଉଁ ରଙ୍ଗର ପୋଷାକ ପିନ୍ଧିବେ ତାହା ମଧ୍ୟ ଧାର୍ଯ୍ୟ କରାଯାଇଛି।  ସେମାନେ ବୃତ୍ତିଗତ ଏବଂ ଅଫିସ୍ କଲର ଡ୍ରେସ୍ ହିଁ ପିନ୍ଧିପାରିବେ।

ଏହାସହ ଫର୍ମାଲ୍ ସାଣ୍ଡେଲ କିମ୍ବା ଜୋତା ଏବଂ ସାଧାରଣ ହିଜାବ କିମ୍ୱା ସ୍କାର୍ଫକୁ ଅନୁମତି ଦିଆଯାଇଛି।  ମହିଳା କର୍ମଚାରୀଙ୍କ ସହିତ କାର୍ଯ୍ୟ କରୁଥିବା ବାଂଲାଦେଶ ବ୍ୟଙ୍କ କର୍ମଚାରୀ ଏହି ନିୟମ ୨୦୦୩ର ଧାରା ୩୯ ପାଳନ କରିବା ବାଧ୍ୟତାମୂଳକ।

ନିର୍ଦ୍ଦେଶ ଉପରେ ନଜର ରଖିବେ ଅଧିକାରୀ: ଯୌନ ନିର୍ଯାତନାର ଅଭିଯୋଗ ଆସିଲେ ୩୦ ଦିନ ମଧ୍ୟରେ ମଧ୍ୟରେ ସମ୍ପୃକ୍ତ କମିଟିକୁ ରିପୋର୍ଟ କରାଯିବା ଉଚିତ।

କର୍ମଚାରୀମାନେ ସୋସିଆଲ ମିଡିଆରେ କାର୍ଯ୍ୟାଳୟର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଆବଶ୍ୟକ। ପ୍ରତ୍ୟେକ କାର୍ଯ୍ୟାଳୟ, ବିଭାଗ, ପ୍ରକଳ୍ପ କିମ୍ବା ୟୁନିଟର ଜଣେ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶାବଳୀ ଉପରେ ନଜର ରଖିବାର ଦାୟିତ୍ୱ ଦିଆଯିବ।

ଯେକୌଣସି ଉଲ୍ଲଂଘନ ବିଷୟରେ ବିଭାଗର ମୁଖ୍ୟଙ୍କୁ ରିପୋର୍ଟ କରାଯିବ, ଯିଏ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।