(Video) ବୁଡ଼ ପକାଇଲେ ତମନ୍ନା, କହିଲେ ପୁଣ୍ୟ କରି ଆତ୍ମସନ୍ତୋଷ ମିଳିଲା…

ସଙ୍ଗମରେ ମିଲ୍କ ବ୍ୟୁଟି । ପରିବାର ସହ କଲେ ପୁଣ୍ୟ ଅର୍ଜନ ।

ପ୍ରୟାଗରାଜ: ବଲିଉଡର ମିଲ୍କ ବ୍ୟୁଟି ତମନ୍ନା ଭାଟିଆ ପ୍ରୟାଗରାଜ କୁମ୍ଭମେଳାରେ ପକାଇବେ ବୁଡ଼ । ଶନିବାର ପରିବାର ସହିତ ତମନ୍ନା ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ।

କମଳା ରଙ୍ଗର ସାଲୱାର ପିନ୍ଧି ତମନ୍ନା ସଙ୍ଗମସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ବୁଡ଼ ପାକାଇବାକୁ ନେଇ ତମନ୍ନା ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିିଳିଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତମନ୍ନା କହିଥିଲେ, ଏତେମାତ୍ରାରେ ଲୋକ ମହାକୁମ୍ଭରେ ବୁଡ଼ ପକାଉଥିବାର ଦେଖି ମନରେ ଆଗ୍ରହ ସୃଷ୍ଟି ହୋଇଥିଲା ।

ସଙ୍ଗମରେ ବୁଡ଼ ପକାଇ ଆତ୍ମସନ୍ତୋଷ ମିଳିଥିବା କହିଛନ୍ତି ତମନ୍ନା ।

ଆଗାମୀ ଦିନରେ ତମନ୍ନାଙ୍କ ଅଭିନୀତ ଓଡେଲା ରିଲିଜ ହେବାକୁ ଯାଉଛି । ଯେଉଁଥିରେ ସେ ଜଣେ ସାଧ୍ୱୀ ଭୂମିକାରେ ନଜରକୁ ଆସିବେ । ଏହି ଫିଲ୍ମର ଅଧିକାଂଶ ସିନ୍ ପ୍ରୟାଗରାଜରେ କରାଯାଇଥିବା କୁହାଯାଉଛି ।