ବ୍ରଣ ନହେବାକୁ ମୁହଁରେ ଛେପ ଲଗାନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ, ଜାଣନ୍ତୁ ଡାକ୍ତରଙ୍କ ମତ
ଲାଳରେ ଏନଜାଇମ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା କିଛି ସମୟ ପାଇଁ ବ୍ରଣକୁ ଶାନ୍ତ କରିପାରେ।
ମୁମ୍ବାଇ: ସୁନ୍ଦର ଦେଖାଯିବା ନେଇ ଅଭିନେତ୍ରୀମାନେ ସବୁ ବେଳେ ନିଜ ତ୍ୱାଚାର ଯତ୍ନ ନିଅନ୍ତି। ଏମିତିକି ଖାଇବା ପିଇବା ମଧ୍ୟ ଠିକ୍ ରଖନ୍ତି। ବ୍ୟାୟାମ ମଧ୍ୟ କରନ୍ତି।
ହେଲେ ଏତେ ସବୁ ପରେ ବି ଯେତେବେଳେ ସୁନ୍ଦର ତ୍ୱାଚାରେ ବଣ ଆସିଯାଏ, ତାଙ୍କ ତ୍ୱାଚା ଖରାପ ହେଇଯିବା ଭୟରେ ଡାକ୍ତରଙ୍କୁ ଦେଖାଇ ମେଡିସିନ୍ ମଧ୍ୟ ଖାଆନ୍ତି।
ହେଲେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ବ୍ରଣରୁ ତ୍ୱାଚାକୁ ମୁକ୍ତ ରଖିବାକୁ ମୁହଁରେ ଲଗାନ୍ତି ବାସୀ ଛେପ।
ଅଭିନେତ୍ରୀ ତମନ୍ନାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କହିଛନ୍ତି ବ୍ରଣ ମୁହଁରେ ନହେବା ପାଇଁ ସେ ସକାଳର ପ୍ରଥମେ ଛେପକୁ ମୁହଁରେ ଲଗାନ୍ତି।
କଥାଟା ହୁଏତ ଆପଣମାନେ ମଧ୍ୟ ଶୁଣି ହଠାତ ଆଶ୍ଚର୍ଯ୍ୟ ହୋଇଯିବେ।
ତମନ୍ନା ଭାଟିଆଙ୍କ ମୁହଁରେ ଛେପ ଲଗାଇବା ସମ୍ପର୍କରେ, ଫେସିଆଲ୍ କସମେଟିକ୍ ସର୍ଜନ୍ ଡକ୍ଟର ସପ୍ନା ଭାଡେରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସପ୍ନା ମୁହଁରେ ଛେପ ଲଗାଇବା ଉଚିତ କି ନାହିଁ ଏବଂ ଏହା ବ୍ରଣ ଉପରେ କ’ଣ ପ୍ରଭାବ ପକାଇଥାଏ ତାହା କହିଛନ୍ତି।
ସପ୍ନା କହିଛନ୍ତି ଯେ ଲାଳରେ ଏନଜାଇମ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା କିଛି ସମୟ ପାଇଁ ବ୍ରଣକୁ ଶାନ୍ତ କରିପାରେ। କିନ୍ତୁ, ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଛେପ ଏକ ସ୍ଥାୟୀ ସମାଧାନ ନୁହେଁ।
ଏହା ସହିତ ଜଡିତ ପରିଷ୍କାର ସମସ୍ୟା ଅଛି ଯାହାର ଯତ୍ନ ନେବା ଆବଶ୍ୟକ। ମୁହଁରେ ଛେପ ଲଗାଇବା ଦ୍ୱାରା ଚର୍ମ ଅନେକ ପ୍ରକାରର ଜୀବାଣୁ ପ୍ରତି ଦୁର୍ବଳ ହୋଇପାରେ, ଯାହା ଲାଭ ଅପେକ୍ଷା ଅଧିକ କ୍ଷତି କରିଥାଏ।