fbpx

ଏହି ରାଜ୍ୟରେ ଏକ ସପ୍ତାହ ବଢିଲା ଲକଡାଉନ୍: ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା

ଚେନ୍ନାଇ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୪୨ ହଜାରରେ ପହଞ୍ଚିଥିଲେ ମଧ୍ୟ ଲକଡାଉନ ବନ୍ଦ ହେବାର ନାମ ନେଉନାହିଁ । ତାମିଲନାଡୁ ସରକାର ଶନିବାର ଲକଡାଉନକୁ ଏକ ସପ୍ତାହ ବଢାଇ ଦେଇଛନ୍ତି । ଶନିବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ରାଜ୍ୟବ୍ୟାପୀ ଲକଡାଉନ୍ ନେଇ ଘୋଷଣା କରିଛନ୍ତି । ଲକଡାଉନ୍ ଜୁଲାଇ ୧୩ରେ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ୧୯ ଜୁଲାଇ ସକାଳ ୬ଟା ଯାଏଁ ବଢାଇଛନ୍ତି ଷ୍ଟାଲିନ୍ ।

ଏହା ସହିତ ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । କେବଳ ପୁଡୁଚେରୀକୁ ଘରୋଇ ବସ ଚଳାଚଳ କରିପାରିବ । ଏହା ସହିତ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରାପ୍ତ ବିମାନ ଚଳାଚଳକୁ ଅନୁମତି ମିଳିବ । ବିଭିନ୍ନ ସ୍ପୋର୍ଟିଂ କମ୍ପେ୍ଲକ୍ସ, ସିନେମା ହଲ୍, ବାର, ସ୍କୁଲ ଓ କଲେଜ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜନୈତିକ ଓ ସାଧାରଣ ସଭା ଉପରେ କଟକଣା ବଳବତ୍ତର ରହିଥିବା ବେଳେ ବିବାହରେ ୫୦ ଏବଂ ଅନ୍ତିମ ଯାତ୍ରାରେ ୨୦ ଜଣଙ୍କୁ ଅଂଶଗ୍ରହଣ କରିବାରୁ ସୁଯୋଗ ପ୍ରଦାନ କରାଯିବ ।

Get real time updates directly on you device, subscribe now.