fbpx

୨୬ ଛକା, ୩୪ଟି ଚୌକା… Triple Century ସହ ବିଶ୍ୱ ରେକର୍ଡରେ ଏଣ୍ଟ୍ରି କଲେ ତନ୍ମୟ ଅଗ୍ରୱାଲ

ନୂଆଦିଲ୍ଲୀ: କ୍ରିକେଟରେ ପ୍ରତିଦିନ କିଛି ନା କିଛି ରେକର୍ଡ ସୃଷ୍ଟି ହୋଇଥାଏ ଏବଂ ଅନେକ ରେକର୍ଡ ଭାଙ୍ଗିଥାଏ । ଏଭଳି ଅନେକ ରେକର୍ଡ ରହିଛି, ଯାହା ଦୀର୍ଘ ଦିନରୁ କୌଣସି ଖେଳାଳି ଭାଙ୍ଗିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ କେବଳ ଆନ୍ତର୍ଜାତୀୟ ମ୍ୟାଚ ନୁହେଁ, ଫାଷ୍ଟ କ୍ଲାସ କ୍ରଅିକେଟରେ ମଧ୍ୟ ଏଭଳି ଅନେକ ରେକର୍ଡ ଇତିହାସ ସୃଷ୍ଟି କରିଛି । ଆଜି ଏଭଳି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ହାଇଦ୍ରାବାଦର ଷ୍ଟାର ଓପନର ତନ୍ମୟ ଅଗ୍ରୱାଲ । ଗୋଟିଏ ମ୍ୟାଚରେ ସର୍ବାଧିକ ଛକା ମାରି ସେ ନିଜକୁ ବିଶ୍ୱ ରେକର୍ଡରେ ସାମିଲ କରିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ଟ୍ରିପଲ ସେଞ୍ଚୁରୀ ସହ ୨ଟି ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି ତନ୍ମୟ ।

କୌଣସି ଏକ ଫାଷ୍ଟ କ୍ଲାସ ଇନିଂସରେ ସର୍ବାଧିକ ଛକା ମାରିବା ତାଲିକାର ଶୀର୍ଷ ସ୍ତାନରେ ପହଞ୍ଚିଛନ୍ତି ତନ୍ମୟ ଅଗ୍ରୱାଲ । ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ସେ ମୋଟି ୨୬ଟି ବିଶାଳ ଛକା ମାରି ଏହି ରେକର୍ଡ କରିଛନ୍ତି । ମାତ୍ର ୧୪୭ ବଲରେ ୩୬୬ ରନର ବିସ୍ଫୋରକ ପାଳି ଖେଳି ରେକର୍ଡ ପରେ ରେକର୍ଡ ନିଜ ନାମରେ କରିଛନ୍ତି ତନ୍ମୟ । ପ୍ରଥମ ଶ୍ରେଣୀ କ୍ରିକେଟରେ ସବୁଠାରୁ ଦ୍ରୁତ ଗତିରେ ତ୍ରିଶତକ ହାସଲ କରିବାରେ ତାଲିକାରେ ସେ ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବରେ ବ୍ରାୟନ ଲାରାଙ୍କ ୫୦୧ ନଟଆଉଟ ରେକର୍ଡ ଭାଙ୍ଗିବା ପୂର୍ବରୁ ତନ୍ମୟ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ।

ତେବେ ଏହି ଇନିଂସରେ ତନ୍ମୟ ମୋଟ ୨୬ ଟି ଛକା ଏବଂ ୩୪ଟି ଚୌକା ମାରିଛନ୍ତି । ଏହାସହ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ରେକର୍ଡ ନ୍ୟୁଜିଲାଣ୍ଡର କଲିନ୍ ମୁନରୋଙ୍କ ନାମରେ ରହିଥିଲା । ୨୦୧୫ ମସିହାରେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ବିପକ୍ଷରେ ମୋଟ ୨୩ଟି ଛକା ମାରିଥିଲେ ମୁନରୋ । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନର ଶାଫିକୁଲ୍ଲା ସିନ୍ୱାରୀ, ଯିଏ ବୁଷ୍ଟ ବିପକ୍ଷରେ କାବୁଲ ଜୋନ୍ ପାଇଁ ୨୨ ଛକା ମାରିଛନ୍ତି। ଭାରତୀୟ ଘରୋଇ କ୍ରିକେଟରେ ଇଶାନ କିଶାନ ଏବଂ ଶକ୍ତି ସିଂ ମିଳିତ ଭାବେ ସର୍ବାଧିକ ୧୪ ଟି ଲେଖାଏଁ ଛକା ମାରିଥିଲେ।

Get real time updates directly on you device, subscribe now.