fbpx

BIG BREAKING…୫୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି; ପ୍ରବଳ ଖରା ଓ ଗୁଳୁଗୁଳି, ଅଂଶୁଘାତରେ ୫୨ ଜଣଙ୍କ ମୃତ୍ୟୁ

Advertisement

ପାଟନା: ବିହାରରେ ଆକାଶରୁ ଅଗ୍ନିବର୍ଷା ହେଉଛି । ଗରମ ଏତେ ମାତ୍ରାରେ ହେଉଛି ଯେ ଅନେକ ଲୋକ ରାସ୍ତାରେ ପଡ଼ି ପ୍ରାଣ ହରାଉଛନ୍ତି। ଗୁରୁବାର ସାରା ବିହାରରେ ଅଂଶୁଘାତ ଯୋଗୁଁ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୯ ଜଣ ପୋଲିଂ କର୍ମଚାରୀ ଅଛନ୍ତି। ଔରଙ୍ଗାବାଦ ଜିଲ୍ଲାରେ ସର୍ବାଧିକ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ହିଁ ବିହାରରେ ତାତି ୫୪ ବର୍ଷର ରେକର୍ଡ ଭାଙ୍ଗିଛି। ଏହା ପୂର୍ବରୁ ୧୯୭୦ରେ ଗୟା ୪୭.୧ ଡିଗ୍ରୀରେ ପହଞ୍ଚିଥିଲା, ଯାହା କି ଏକ ରେକର୍ଡ ଥିଲା । ଗୁରୁବାର ଦକ୍ଷିଣ ବିହାରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା।

ବକ୍ସର ଏବଂ ଔରଙ୍ଗାବାଦରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ରେକର୍ଡ କରାଯାଇଛି। ତେବେ ଔରଙ୍ଗାବାଦରେ ପାରଦ ପୂର୍ବ ଦିନ ତୁଳନାରେ ୨ ଡିଗ୍ରୀ ହ୍ରାସ ପାଇଛି। ଔରଙ୍ଗାବାଦରେ ଗୁରୁବାର ପ୍ରବଳ ଗରମ ଯୋଗୁଁ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସମ୍ପର୍କୀୟଙ୍କ କହିବା ନୁସାରେ, ସମସ୍ତେ ଗ୍ରୀଷ୍ମପ୍ରବାହ ଯୋଗୁଁ ପ୍ରବଳ ଜ୍ୱର, ବାନ୍ତି ଓ ଝାଡ଼ା ରେ ପୀଡ଼ିତ ଥିଲେ। କେବଳ ସଦର ଡାକ୍ତରଖାନାରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏମାନଙ୍କ ମଧ୍ୟରୁ ଅନେକ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଅଧିକାଂଶ ମୃତ୍ୟୁ ଅଂଶୁଘାତରେ ହୋଇଥିବା ଡାକ୍ତରମାନେ କହିଛନ୍ତି। ତେବେ ସରକାରୀ ସ୍ତରରେ ଏହା ନିଶ୍ଚିତ ହୋଇନାହିଁ।

ବଡ଼ କଥା ହେଉଛି ସଦର ଡାକ୍ତରଖାନାରେ ୩ରୁ ୪ଟି ମୃତଦେହ ଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ। ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଆଶୁତୋଷ କୁମାର କହିଛନ୍ତି ଯେ ଅଧିକାଂଶ ପୀଡ଼ିତ ସନ୍ ଷ୍ଟ୍ରୋକ୍ ରେ ପୀଡ଼ିତ ହେବା ପରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚୁଥିବା ସମସ୍ତ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଦେଖାଯାଉଥିଲା। ସେହିପରି ରଫିଗଞ୍ଜ ସିଏଚ୍ସିରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.