fbpx

ଅଇଁଠା ବାସନ ନମାଜିବାରୁ ଛାତ୍ରୀଙ୍କ ଗଳା ଚିପିଲେ ଶିକ୍ଷୟିତ୍ରୀ: ନିର୍ଦ୍ଦୟୀ ଭାବେ ମାରିଲେ ଚାପୁଡ଼ା, ସାମ୍ନାକୁ ଆସିଲା Video

Advertisement

ବେଳେବେଳେ ଏପରି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସୁଛି, ଯାହା ଉପରେ ଅତି ସହଜରେ ବିଶ୍ୱାସ କରିବା ଅସମ୍ଭବ ହୋଇପଡୁଛି । ସୋସିଆଲ ମିଡିଆରେ ଏପରି ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରୀଙ୍କୁ ଅଇଁଠା ବାସନ ମାଜିବାକୁ ବାଧ୍ୟ କରିଥିଲେ । କିନ୍ତୁ ଛାତ୍ରୀ ଜଣକ ଏପରି କରିବାରୁ ମନା କରିବାରୁ ସେ ମାରପିଟ୍ କରିବାକୁ ପଛାଇ ନଥିଲେ ।

ଏହି ମାମଲା ଉତ୍ତରାଖଣ୍ଡର ପୌଡି ଜିଲ୍ଲାର ବୋଲି ଜଣାପଡିଛି । ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ମାଡ ମାରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ପାଖରେ ଭିଡିଓ ପହଞ୍ଚିବା ପରେ ସେମାନଙ୍କର ମଧ୍ୟ ହୋସ୍ ଉଡିଯାଇଥିଲା । ଶିକ୍ଷା ବିଭାଗ ଏହି ଭିଡିଓକୁ ନେଇ ଯାଞ୍ଚ କରିବା ପରେ ପୌଡି ଜିଲ୍ଲାର ବୋଲି ସ୍ପଷ୍ଟୀକରଣ ଦେଇଛି ।

ସୂଚନା ଅନୁସାରେ, ଗୁରୁରାମ ରାୟ ଇଣ୍ଟର କଲେଜରେ ଲାଗିଥିବା ଏନଏସଏସ ଶିବିର ସମୟରେ ଜଣେ ଛାତ୍ରୀଙ୍କୁ ସ୍କୁଲ ଶିକ୍ଷୟିତ୍ରୀ ଅତି ନିର୍ମମ ଭାବରେ ମାଡ଼ ମାରିଥିଲେ । ଭିଡିଓଟିକୁ ଯେତେବେଳେ କେହି ଇଣ୍ଟରନେଟରେ ଅପଲୋଡ କଲା, ସେବେ ତାହା ଭାଇରାଲ ହୋଇଗଲା । ପ୍ରଥମେ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଅନେକ ଚାପୁଡ଼ା ମାରିଥିଲେ, କିନ୍ତୁ ମନ ନବୁଝିବାରୁ ପରେ ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କ ବେକ ଚିପିବାରେ ଲାଗିଥିଲେ । ଅଇଁଠା ବାସନ ନମାଜିବାରୁ ଶିକ୍ଷୟିତ୍ରୀ ଜଣକ ଛାତ୍ରୀଙ୍କୁ ଏପରି ମାଡ଼ ମାରିଥିବା ଜଣାପଡିଛି । ଅନ୍ୟପଟେ ଶିକ୍ଷା ବିଭାଗ ମଧ୍ୟ ଏହାର ଯାଞ୍ଚ ଆରମ୍ଭ କରିଛି, ଯାହାପରେ ଶିକ୍ଷୟିତ୍ରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.