fbpx

ତୀବ୍ର ରୂପ ନେଉଛି ଶିକ୍ଷକଙ୍କ ଆନ୍ଦୋଳନ : ସମୂହ ଛୁଟିରେ ଯିବେ ବୋଲି ଧମକ

Advertisement

ଭୁବନେଶ୍ୱର : ତୀବ୍ର ହେଉଛି ଏକ ଲକ୍ଷ ତିରିଶ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ଗତ ଶୁକ୍ରବାର ଠାରୁ ମିଳିତ ଭାବେ ଆନ୍ଦୋଳନ ଚଲାଇଛନ୍ତି ପ୍ରାଥମିକ ଶିକ୍ଷକ । ଏହି ଆନ୍ଦୋଳନ ପାଇଁ ସ୍କୁଲରେ ତାଲା ପଡିଛି, ଯାହାଫଳରେ କି ପିଲାଙ୍କ ପାଠପଠାରେ ବାଧାସୃଷ୍ଟି ହେଉଛି । ବର୍ତ୍ତମାନ ଏହି ଆନ୍ଦୋଳନ ତିବ୍ର ରୂପ ଧାରଣ କରିଛି । ଆହିଠାରୁ ସମସ୍ତ ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ପ୍ରଅଥମିକ ଶିକ୍ଷକ ସଂଘ ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି । ଗ୍ରେଡ ପେ ବୃଦ୍ଧି, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଏବଂ ଠିକା ନିୟୁକ୍ତି ପ୍ରକ୍ରିୟା ଉଚ୍ଛେଦ ନେଇ ଏହି ଆନ୍ଦୋଳନ ଚଳାଇଛନ୍ତି । ଏହି ଦାବି ସମ୍ପର୍କରେ ୫ ଜଣିଆ ସବ କମିଟି ଗଠନ କରାଯାଇଛି । କିନ୍ତୁ ଏହି ଆଲୋଚନା ଏକ ପ୍ରକାର ବିଫଳ ହେବା ପରେ, ପୁଣି ଷ୍ଟିୟରିଂ କମିଟି ବୈଠକ ଏନେଇ ନିଷ୍ପତି ନେଇଛି । କହିଛି, ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ଦ୍ୱାରା ଅନେକ ପିଲାଙ୍କ ପାଠପଠା ପ୍ରଭାବିତ ହେଉଛି । ପିଲାଙ୍କ ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କୁହାଯାଇଛି ।

ଏହି ଦାବିକୁ ଦୃଷ୍ଟିରେ ରଖି ଯଦି ସରକାର କିଛି ସଠିକ ନିଷ୍ପତି ନେବେ ନାହିଁ । ତେବେ ପ୍ରାଥମିକ ସ୍କୁଲର ଶିକ୍ଷକମାନେ ସମୂହ ଛୁଟିରେ ଯିବେ ।

Get real time updates directly on you device, subscribe now.