fbpx

IPL ପରେ ବି କମ ହେବନି କ୍ରିକେଟର କ୍ରେଜ୍, ଆସନ୍ତା ୬ ମାସ ଟିମ୍ ଇଣ୍ଡିଆ ଖେଳିବ ଖୁବ୍ କ୍ରିକେଟ୍, ଦେଖନ୍ତୁ Schedule

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୨ ଶେଷ ହୋଇ ସାରିଛି। ଦୁଇ ମାସରୁ ଅଧିକ ସମୟ ଧରି ଲଗାତାର କ୍ରିକେଟ୍ ମ୍ୟାଚ୍ ଉପଭୋଗ କରିବା ପରେ କ୍ରିକେଟ୍ ପ୍ରଶଂସକ ଏହାର ଅଭାବ କିଛିଟା ଅନୁଭବ କରୁଛନ୍ତି। ମାତ୍ର ଆଗାମୀ ଛଅ ମାସ ଭାରତୀୟ କ୍ରିକେଟ୍ ଦଳର ବ୍ୟସ୍ତବହୁଳ କାର‌୍ୟ୍ୟକ୍ରମ ରହିଛି। ଦଳକୁ ବହୁତ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପଡିବ। ଏହାର ଆରମ୍ଭ ଦକ୍ଷିଣ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ହେବ। ଜୁନ ୯ରୁ ଏହି ସିରିଜ୍ ଆରମ୍ଭ ହେଉଛି। ଏହି ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି ବରିଷ୍ଠ ଖେଳାଳିଙ୍କକୁ ବିଶ୍ରାମ ଦିଆଯାଇଛି।

ଏହି ସିରିଜରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ କେଏଲ ରାହୁଲ ସମ୍ଭାଳିବେ। ଆଇପିଏଲ ୨୦୨୨ର ପ୍ରଦର୍ଶନ ଆଧାରରେ ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଖେଳାଳିଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ସେହି ପରି ଉମରାନ ମଲିକ ଏବଂ ଅର୍ଶଦୀପ ସିଂହଙ୍କ ପରି ଯୁବ ବୋଲରଙ୍କୁ ଦଳରେ ସୁଯୋଗ ମିଳିଛି। ଋଷଭ ପନ୍ତ ଏହି ସିରିଜରେ ଦଳର ଉପ ଅଧିନାୟକ ରହିବେ। ଆସନ୍ତୁ ନଜର ପକାଇବା ଆଗାମୀ ଛଅ ମାସରେ ଭାରତୀୟ ଦଳ କେଉଁ କେଉଁ ଅନ୍ତର୍ଜାତୀୟ ସିରିଜ୍/ଟୁର୍ଣ୍ଣାମେଣ୍ଟ ଖେଳିବ।

ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ, ଜୁନ ୯ରୁ ଜୁନ ୧୯ ମଧ୍ୟରେ ପାଞ୍ଚଟି ଟି-୨୦ ମୁକାବିଲା

ଭାରତର ଆୟରଲାଣ୍ଡ ଗସ୍ତ, ଜୁନ, ଦୁଇଟି ଟି-୨୦ ମ୍ୟାଚ୍

ଭାରତର ଇଂଲଣ୍ଡ ଗସ୍ତ, ଜୁନ/ଜୁଲାଇ, ଗୋଟିଏ ଟେଷ୍ଟ, ତିନୋଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ସିରିଜ୍

ଭାରତର ଓ୍ଵେଷ୍ଟଇଣ୍ଡିଜ ଗସ୍ତ, ଜୁଲାଇ/ଅଗଷ୍ଟ, ତିନି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ୍

ଭାରତର ଶ୍ରୀଲଙ୍କା ଗସ୍ତ, ଅଗଷ୍ଟ, ଦୁଇଟି ଟି-୨୦ ମ୍ୟାଚର ସିରିଜ୍

ଏସିଆ କପ୍ ୨୦୨୨, ଅଗଷ୍ଟ/ସେପ୍ଟେମ୍ବର

ଭାରତର ଅଷ୍ଟ୍ରେଲିଆ ଗସ୍ତ, ସେପ୍ଟେମ୍ବର, ତିନୋଟି ଟି-୨୦ ମ୍ୟାଚ୍ ସିରିଜ୍

ଟି-୨୦ ବିଶ୍ଵ କପ୍ ୨୦୨୨, ଅକ୍ଟୋବର ୧୬ରୁ ନଭେମ୍ବର ୧୩

 

 

Get real time updates directly on you device, subscribe now.