fbpx

ବର୍ଷକରେ Threads ର ୧୭୫ ମିଲିୟନ ୟୁଜର୍ସ, ଜୁକରବର୍ଗ ଖୁସ, ଆପଣ ବ୍ୟବହାର କରନ୍ତି….

Advertisement

ଓଡିଶା ଭାସ୍କର: ମେଟା ଗତ ବର୍ଷ ୫ ଜୁଲାଇରେ ନିଜର ଇନଷ୍ଟାଗ୍ରାମରେ ଲେଟେଷ୍ଟ ଟେକ୍ଟ ଏକ୍ସଟେନସନରେ ଫ୍ଲାଟଫର୍ମ ଥ୍ରେଡସ (Threads)କୁ ଲଞ୍ଚ କରିଥିଲା । ଆସନ୍ତାକାଲି ଏହାକୁ ବର୍ଷେ ପୁରିବ । ଏହାକୁ ବର୍ଷେ ପୁରୁଥିବାରୁ ସିଇଓ ମାର୍କ ଜୁକରବର୍ଗ ଖୁସି ବ୍ୟକ୍ତ କରିଛନ୍ତି । ଗୋଟିଏ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ ହିଁ ଥ୍ରେଡସର ୧୭୫ ମିଲିୟନରୁ ଅଧିକ ୟୁଜର୍ସ ହୋଇ ସାରିଛନ୍ତି । ଏହା ପ୍ଲେ ଷ୍ଟୋରରେ ଲଞ୍ଚ ହେବା ପରେ ଏହାର ଟକ୍କର ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ (ପୂର୍ବର ଟ୍ୱିଟର) ସହ ହୋଇଥିଲା । ଥ୍ରେଡସ, ନିଜ ଆଡକୁ ୟୁଜର୍ସଙ୍କୁ ଟାଣିବା ଏକ ଆହ୍ୱାନ ଥିଲା । ମାତ୍ର ଏହା ସଫଳ ହୋଇଥିବା ଅନୁମାନ କରାଯାଉଛି ।

ଥ୍ରେଡସ ଲଞ୍ଚ ହେବାର ଗୋଟିଏ ସପ୍ତାହ ମଧ୍ୟରେ ହିଁ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧୦୦ ମଲିୟନ ହୋଇଯାଇଥିଲା । ଏହାର କାରଣ ଥିଲା ଇନଷ୍ଟାଗ୍ରାମ ୟୁଜର୍ସ ସହଜରେ ଥ୍ରେଡସ ପ୍ରୋଫାଇଲକୁ ସେଟ କରି ପାରିବା ଭଳି ବ୍ୟବସ୍ଥା । ଯାହା ଇନଷ୍ଟାଗ୍ରାମରେ ସହଜରେ ଉପଲବ୍ଧ ହୋଇଥାଏ । ଏହି ଫିଚର ଯୋଗୁଁ ହିଁ ଇନଷ୍ଟାଗ୍ରାମରେ ୟୁଜର୍ସଙ୍କୁ ପ୍ରୋଫାଇଲ ତିଆରି କରିବାରେ ସହଜ ହୁଏ । ମାତ୍ର କେତେକ ୟୁଜର୍ସଙ୍କୁ ଏହା ପସନ୍ଦ ଆସି ନଥାଏ । ଫଳରେ ସେମାନେ ଏହାଠୁ ଦୂରେଇ ଯାଆନ୍ତି । ତଥାପି ଥ୍ରେଡର୍ସ ୧୭୫ ମିଲିୟନ ୟୁଜର୍ସଙ୍କୁ ନେଇ ରେକର୍ଡ କରି ପାରିଛି । ରିପୋର୍ଟ ଅନୁସାରେ, ବ୍ୟବହାରକାରୀ ଥ୍ରେଡସରେ ଦିନକୁ ପ୍ରାୟ ୭ ମିନିଟ ସମୟ ବିତାନ୍ତି ।

Get real time updates directly on you device, subscribe now.