fbpx

ଗିରଫ ହେଲେ ଟେଲିଗ୍ରାମ CEO ପାଭେଲ ଡ୍ୟୁରୋଭ, ଜାଣନ୍ତୁ କଣ ରହିଛି ଅଭିଯୋଗ

ପ୍ୟାରିସ୍‌: ଲୋକପ୍ରିୟ ମେସେଜିଂ ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡ୍ୟୁରୋଭଙ୍କୁ ଗିରଫ କରାଯାଇଛି । ଶନିବାର ସନ୍ଧ୍ୟାରେ ପ୍ୟାରିସ ବାର୍ଗେଟ ବିମାନବନ୍ଦରରୁ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ସୂତ୍ରରୁ ପ୍ରକାଶ ସେ ଟେଲିଗ୍ରାମ ଦ୍ୱାରା ଅପରାଧିକ ଗତିବିଧି ଚଲାଉଥିଲେ । ସେ ତାଙ୍କ ପ୍ରାଇଭେଟ୍ ଜେଟରେ ଅଜରବେଜାନ ଯାତ୍ରା କରୁଥିବା ସମୟରେ ଗିରଫ ହୋଇଛନ୍ତି ।

ପୂର୍ବତନ କିକ୍ ବକ୍ସର ଆଣ୍ଡ୍ରିୟୁ ଟେଟ୍‌(Andrew Tate) ଏକ ଟ୍ୱିଟରେ କହିଛନ୍ତି, ‘ ନିଜ ଆବେଦନ ଉପରେ ସତ୍ୟତାକୁ ସେନ୍ସର କରିବାରେ ବିଫଳ ହେବାରୁ ୩୯ ବର୍ଷୀୟଙ୍କୁ ଗିରଫ କରାଯାଇଛି ।’ ଏନେଇ ଅଧିକାରୀମାନେ କୌଣସି ଅଫିସିଆଲ ବିବୃତ୍ତି ଦେଇନାହାଁନ୍ତି । ନିକୋଲାଇ ଏବଂ ପାଭେଲ ଡୁରୋଭଙ୍କ ଦ୍ୱାରା ବିକଶିତ କ୍ରିପ୍ଟୋ କରେନ୍ସି Toncoin (TON) ୧୦% ହ୍ରାସ ପାଇଥିଲା । ସେ ଆହୁରି ମଧ୍ୟ ‘ଏକ୍ସ’ରେ ଲେଖିଛନ୍ତି, ‘ସମ୍ଭାବ୍ୟ ଅଭିଯୋଗରେ ଆତଙ୍କବାଦ, ଡ୍ରଗ୍ କାରବାର, ଅପରାଧିକ ମାମଲା, ଠକେଇ, ମନି ଲଣ୍ଡରିଂ, କନସିଲମେଣ୍ଟ, ଇତ୍ୟାଦିରେ ସମ୍ପୃକ୍ତି ଥିବା ପ୍ରକାଶ । ସେମାନେ ସର୍ବତ୍ର ସୂଚନା ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ।’

ସୂତ୍ରରୁ ପ୍ରକାଶ କି ଡ୍ୟୁରୋଭ ତାଙ୍କ ପ୍ରାଇଭେଟ୍ ଜେଟରୁ ଓହ୍ଲାଇବା ମାତ୍ର ପ୍ୟାରିସ୍ ବିମାନବନ୍ଦରରୁ ଗିରଫ ହୋଇଥିଲେ । ସେ ଅଜରବେଜାନ(Azerbaijan) ଅଭିମୁଖେ ଯାତ୍ରା କରୁଥିଲେ । ଶନିବାର ରାତି ୮ଟା ପାଖାପାଖି ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ସହ ଜଣେ ଅଙ୍ଗରକ୍ଷୀ ଏବଂ ମହିଳା ଥିବା ନେଇ ଫ୍ରେଞ୍ଚ୍ ଆଉଟଲେଟ୍ TF1 ସୂଚନା ଦେଇଛି ।

ପାଭେଲ ଡ୍ୟୁରୋଭ କିଏ ?

ପାଭେଲ ଡ୍ୟୁରୋଭ ହେଉଛନ୍ତି ରୁଷ ଜନ୍ମିତ ଉଦ୍ୟୋଗୀ ଯିଏକି VK(VKontake), ରୁଷର ସର୍ବବୃହତ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଏବଂ ବିଶ୍ୱସ୍ତରରେ ଲୋକପ୍ରିୟ ମେସେଜିଂ ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଭାବେ ବେଶ୍ ଜଣାଶୁଣା । ୨୦୦୬ ମସିହାରେ ଡ୍ୟୁରୋଭ VK ଲଞ୍ଚ୍ କରିଥିଲେ ।୨୦୧୪ରେ ୟୁଜର ଡାଟା ପ୍ରକାଶ କରିବା ଏବଂ ନିଜ ଶେୟାର ବିକ୍ରୟ କରିବା ପାଇଁ ରୁଷ କର୍ତ୍ତୃପକ୍ଷଙ୍କ ଚାପର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ମନା କରିଦେବାରୁ ଡ୍ୟୁରୋଭଙ୍କୁ କମ୍ପାନୀରୁ ବହିଷ୍କାର କରାଯାଇଥିଲା ଏବଂ ତାଙ୍କ ଅବଶିଷ୍ଟ ଶେୟାର ବିକ୍ରୟ କରିବାକୁ ବାଧ୍ୟ କରାଯାଇଥିଲା । ୨୦୧୩ରେ ଡ୍ୟୁରୋଭ ‘ଟେଲିଗ୍ରାମ’ ପ୍ରସ୍ତୁତ କରିଥିଲେ । ଏହା ଏପରି ଏକ ମେସେଜିଂ ପ୍ଲାଟଫର୍ମ ଯାହା ଗୋପନୀୟତା ଏବଂ ଏନକ୍ରିପସନ୍ ଉପରେ ଫୋକସ କରିଥିଲା । ଖୁବ୍ କମ ସମୟରେ ଟେଲିଗ୍ରମ ଏହାର ବୈଶିଷ୍ଟତା ଏବଂ ବୃହତ ଗ୍ରୁପ୍ ଚାଟ୍ ଏବଂ ଚାନେଲଗୁଡ଼ିକୁ ପରିଚାଳନା କରିବାର କ୍ଷମତା ହେତୁ ଲୋକପ୍ରିୟତା ହାସଲ କରିଥିଲା । କହିରଖୁଛୁ ସେ ତାଙ୍କ ଦୃଢ଼ ଆଭିମୁଖ୍ୟ ପାଇଁ ବ୍ୟାପକ ଭାବେ ପରିଚିତ ।

Get real time updates directly on you device, subscribe now.