fbpx

ଗୋଟିଏ କିମ୍ବା ୨ଟି ନୁହେଁ ୧୦୦ଟି ସନ୍ତାନର ବାପା Telegram ସିଇଓ, ୧୨ଟି ଦେଶରେ ରହିଛି ପରିବାର, ଆଶ୍ଚର୍ଯ୍ୟଜନକ ଖୁଲାସା କଲେ Pavel Durov

ନୂଆଦିଲ୍ଲୀ: ସୋସିଆଲ ମିଡିଆ ମେସେଞ୍ଜର ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ତଥା ସିଇଓ Pavel Durov ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ଟେଲିଗ୍ରାମରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ‘ସେ ଗୋଟିଏ କିମ୍ବା ୨ଟି ନୁହେଁ ବରଂ ୧୦୦ଟି ସନ୍ତାନର ବାୟୋଲୋଜିକାଲ ପିତା । ସ୍ପର୍ମ ଡୋନେସନ ମାଧ୍ୟମରେ ୧୨ଟି ଦେଶରେ ତାଙ୍କର ୧୦୦ରୁ ଅଧିକ ସନ୍ତାନ ଅଛନ୍ତି ।’

ଟେଲିଗ୍ରାମରେ Pavel Durov ଏକ ଲମ୍ବା ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୁଁ ଜାଣିବାକୁ ପାଇଛି ଯେ ମୋର ୧୦୦ରୁ ଅଧିକ ବାୟୋଲୋଜିକାଲ ସନ୍ତାନ ଅଛନ୍ତି । ଏହା ଜଣେ ବ୍ୟକ୍ତି ପକ୍ଷରେ ଏହା କିପରି ସମ୍ଭବ ଯିଏ ଅବିବାହିତ ଏବଂ ଯାହାକୁ ଏକାକୀ ରହିବା ପସନ୍ଦ ।’ କେବଳ ଏତିକି ନୁହେଁ ୧୫ ବର୍ଷ ପୂର୍ବରୁ ସ୍ପର୍ମ ଡୋନୋର ଭାବେ ତାଙ୍କ କାହାଣୀ କହିଛନ୍ତି । ସେ କହିଛନ୍ତି ୧୫ ବର୍ଷ ପୂର୍ବରୁ ତାଙ୍କର ଜଣେ ବନ୍ଧୁଙ୍କର ସନ୍ତାନ ପ୍ରାପ୍ତି କରିବାରେ ସମସ୍ୟା ଦେଖାଦେଇଥିଲା । ଏହା ପରେ ଉକ୍ତ ବନ୍ଧୁ ଜଣଙ୍କ Pavel Durov ଙ୍କୁ ନିଜ ସ୍ପର୍ମ(ଶୁକ୍ରାଣୁ) ଡୋନେଟ୍ କରିବା ପାଇଁ ନିବେଦନ କରିଥଲେ । ଡୁରୋଭଙ୍କୁ ବନ୍ଧୁଙ୍କ କଥା ଅଜବ ଲାଗିଥିଲା କିନ୍ତୁ ସେ ଏଥିରେ ରାଜି ହୋଇଥିଲେ । ଏହା ପରେ ସେ ସ୍ପର୍ମ ଡୋନେଟ୍ କରିବା ବନ୍ଦ କରିଦେଇଥିଲେ । ବର୍ତ୍ତମାନ ସେ ନିଜ ଡିଏନଏକୁ ଓପନ୍‌- ସୋର୍ସ କରିବା ପାଇଁ ଯୋଜନା କରୁଛନ୍ତି । ଏହା ଦ୍ୱାରା ତାଙ୍କ ବାୟୋଲୋଜିକାଲ ସନ୍ତାନ ପରସ୍ପରକୁ ସହଜରେ ଖୋଜି ପାରିବେ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏଥିରେ ରିସ୍କ ରହିଛି କିନ୍ତୁ ତାଙ୍କୁ ଡୋନୋର ହେବାରେ କୌଣସି ପଶ୍ଚାତାପ ନାହିଁ । ଏବେବି ଅନେକ IVF  କ୍ଳିନିକରେ ତାଙ୍କର ଫ୍ରୋଜେନ୍ ସ୍ପର୍ମ ରହିଛି ଯାହା ନିଃସନ୍ତାନ ଦମ୍ପତ୍ତିଙ୍କୁ ସାହାଯ୍ୟ କରିପାରିବ । ବର୍ତ୍ତମାନ ଦେଶରେ ସୁସ୍ଥ ସ୍ପର୍ମ ଏକ ଗମ୍ଭୀର ପ୍ରସଙ୍ଗ ଭାବେ ଉଭା ହୋଇଛି ଏବଂ ଏଭଳି ପଦକ୍ଷେପ ଉଠାଇଥିବାରୁ ସେ ଗର୍ବିତ ।

କିଏ Pavel Valeryevich Durov  ?
Pavel ହେଉଛନ୍ତି ରୁଷ ଜନ୍ମିତ ବ୍ୟାବସାୟୀ । କିନ୍ତୁ ସେ ତାଙ୍କ ପିଲାଦିନର ଅଧିକାଂଶ ସମୟ ଇଟାଲୀରେ ବିତାଇଥିଲେ ଯେଉଁଠି ତାଙ୍କ ପିତା କାମ କରୁଥିଲେ । ସେ ସୋସିଆଲ ନେଟୱାର୍କିଂ ସାଇଟ୍ ଭିକେ ଏବଂ ଟେଲିଗ୍ରାମ ମେସେଞ୍ଜର ଆପର ପ୍ରତିଷ୍ଠାତା ଭାବରେ ଜଣାଣୁଣା । ୨୦୨୨ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ତାଙ୍କର ମୋଟ୍ ସମ୍ପତ୍ତି ୧୫.୧ ବିଲିୟନ ଅମେରିକୀୟ ଡଲାର ରେକର୍ଡ଼ କରାଯାଇଥିଲା । ଫୋର୍ବ୍ସର ଏକ ରିପୋର୍ଟ ଅନୁଯାୟୀ ୨୦୨୨ରେ ତାଙ୍କୁ ୟୁଏଇର ସବୁଠରୁ ଧନୀ ପ୍ରବାସୀ ଭାବରେ ମାନ୍ୟତା ପ୍ରଦାନ କରାଯାଇଥିଲା ।

 

Get real time updates directly on you device, subscribe now.