fbpx
BSKY SKY
BSKY SKY

ଟେଲିଗ୍ରାମ ୟୁଜର୍ସ ସାବଧାନ୍! ହ୍ୟାକରମାନେ ଚୋରାଇ ନେଉଛନ୍ତି ବ୍ୟାଙ୍କ ଓଟିପି

BSKY

ନୂଆଦିଲ୍ଲୀ: ଗତକିଛି ବର୍ଷ ଧରି ଅନଲାଇନ୍ ଆକାଉଣ୍ଟକୁ ସୁରକ୍ଷା ଦେବା ପାଇଁ ଦୁଇ-ଫ୍ୟାକ୍ଟର ପ୍ରାମାଣିକିକରଣ ଲୋକଙ୍କ ପାଇଁ ସହଜ ଉପାୟ ପାଲଟିଛି । ଏହାର ଫାଇଦା ଏବେ ସାଇବର ଅପରାଧୀମାନେ ଉଠାଉଛନ୍ତି । ସେମାନଙ୍କ ପାଇଁ ଏହା ଏକ ଚାବି ପରେ କାମ କରୁଛି । ଏହାକୁ ନେଇ ସିକ୍ୟୁରିଟି କମ୍ପାନୀ ଇଣ୍ଟେଲ ୪୭୧ ରିପୋର୍ଟ କରିଛି ।

ରିପୋର୍ଟ ଅନୁସାରେ, ୱାନ୍ ଟାଇମ୍ ପାସୱାର୍ଡ ଦ୍ୱାରା କିଛି ସେବା ଆକ୍ରମଣକାରୀଙ୍କୁ ଅଟକାଇବାରେ ସାହାଯ୍ୟ କରିଥାଏ । ସେହିପରି ଟେଲିଗ୍ରାମ ବଟରୁ ସାଇବର ଅପରାଧୀମାନେ କିଛି ଆକ୍ସେସ ପାଇଥାନ୍ତି ଓ ଉପଭୋକ୍ତାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ କରନ୍ତି । କମ୍ପାନୀର କହିବା ମୁତାବକ, ସାଇବର ଅପରାଧୀମାନେ ଲୋକମାନଙ୍କୁ ବ୍ୟାଙ୍କ ପକ୍ଷରୁ କଲ କରାଯାଇଥିବା କହି ଓଟିପି ଟାଇପ୍ କରାଇଥାନ୍ତି । ଟେଲିଗ୍ରାମ ବ୍ୟତୀତ ଅନ୍ୟ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବି ଟାର୍ଗେଟ କରୁଛନ୍ତି ସାଇବର ଲୁଟେରା ।

Get real time updates directly on you device, subscribe now.