fbpx

ତତଲା କଡ଼େଇ଼ରେ କଲବଲ ଓଡ଼ିଶା: ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅସହ୍ୟ ତାତି ଜନସାଧାରଣଙ୍କୁ କଲବଲ କରୁଛି । ଏପରି ସ୍ଥିତିରେ ଲୋକମାନେ ଜରୁରୀ କାମରେ ଘରୁ ଗୋଡ଼ କାଢ଼ି ପାରୁନାହାନ୍ତି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ବର୍ଷା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ନିଆଁ ଜଳୁଛି । ତେବେ ଏହା ମଧ୍ୟରେ ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟିପିଯାଇଛି ।

ରିପୋର୍ଟ ମୁତାବକ, ଆଜି ଟିଟିଲାଗଡ଼ର ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରହିବା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ଅନ୍ୟ ସହରମାନଙ୍କ ମଧ୍ୟରେ ସୋନପୁରରେ ୪୪.୫, ବୌଦ୍ଧରେ ୪୪.୪, ବଲାଙ୍ଗିରରେ ୪୪.୩, ଭବାନିପାଟଣାରେ ୪୩, ସମ୍ବଲପୁରରେ ୪୩.୭, ନୂଆପଡ଼ାରେ ୪୪, କଟକରେ ୩୪, ଭୁବନେଶ୍ୱରରେ ୩୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦୁଇଦିନ ପୂର୍ବେ ଭୁବନେଶ୍ୱରର ତାପମାତ୍ରା ୩୬.୮ ଡିଗ୍ରୀ ଓ କଟକର ତାପମାତ୍ରା ୩୭ ଡିଗ୍ରୀ ରହିଥିଲା । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଥିବା ଦେଖାଯାଇଥିଲା । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗ ସେପରି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.