ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

ଭୁବନେଶ୍ବର(ଓଡିଶା ଭାସ୍କର) : କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ରାଜ୍ୟର ୬ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼ । ଏହା ସହ ଭବାନୀପାଟଣାରେ ତାପମାତ୍ରା ୪୧.୫ ଡିଗ୍ରୀ, ବଲାଙ୍ଗିରରେ ୪୧.୨, ମାଲକାନଗିରିରେ ୪୧, ସୋନପୁରରେ ୪୦.୬, ବୌଦ୍ଧରେ ୪୦, ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ଏହା ସହ ବାଲେଶ୍ବରରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୪.୭, କଟକରେ ୩୫.୮, ପାରାଦୀପରେ ୩୨.୫, ଭୁବନେଶ୍ବରରେ ୩୬.୬, ଗୋପାଳପୁରରେ ୩୪, ପୁରୀରେ ୩୩.୬, ଅନୁଗୁଳରେ ୩୮.୧, ବାରିପଦାରେ ୩୪.୪, ଝାରସୁଗୁଡ଼ାରେ ୩୭.୬, କେନ୍ଦୁଝରରେ ୩୪.୮, ସମ୍ବଲପୁରରେ ୩୯.୮, ହୀରାକୁଦରେ ୩୯.୧, ତାଳଚେରରେ ୩୮.୨ ଡିଗ୍ରୀ, କୋରାପୁଟରେ ୩୫, ଫୁଲବାଣୀରେ ୩୮, ଦାରିଙ୍ଗବାଡିରେ ୩୫.୫, ନୟାଗଡ଼ରେ ୩୭.୭, ଛତ୍ରପୁରରେ ୩୪.୨, ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।