ଓଡ଼ିଶାରେ ପ୍ରଥମ… ୧୦ ଦ୍ୱୀପରେ ଉଡିବ ତ୍ରିରଙ୍ଗା, ପରେଡରେ ସାମିଲ ହେବେ ଆର୍ମି, ବିଏସଏଫ୍ ଓ ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ୧୦ ଦ୍ୱୀପରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ସୂଚନା ଦେଲେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

ଦ୍ୱୀପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ସିନିୟର୍ ଅଫିସର ସବୁ ଦ୍ୱୀପକୁ ଯାଇ ସର୍ଭେ ସହ ଫଟୋଗ୍ରାଫି କରିବେ ।

ଚଳିତ ବର୍ଷ ପରେଡରେ ଆର୍ମି, ବିଏସଏଫ୍ ଓ ପୋଲିସ ସାମିଲ ହେବେ । ଭୁବନେଶ୍ୱରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡରେ ସାମିଲ ହେବେ ।

ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ସହ ସମସ୍ତ ପୋଲିସ ଅଧିକ୍ଷକଙ୍କୁ ଆଲର୍ଟ କରାଯାଇଥିବା କହିଛନ୍ତି ଏଡିଜି ।