fbpx

ବାପି ଦା’ଙ୍କ ଜୀବନର ୧୦ଟି ଅଜଣା କଥା, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ପ୍ରଥମେ ଯାଇଥିଲେ ଲତା ଆଉ ଏବେ ଚାଲିଗଲେ ବାପି । ମାତ୍ର ୧୦ ଦିନ ମଧ୍ୟରେ ଭାରତୀୟ ସଙ୍ଗୀତ ଜଗତ ଦୁଇ ଦୁଇଟି ଅମୂଲ୍ୟ ରତ୍ନଙ୍କୁ ହରାଇଛି । ଆଜି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି ୬୯ ବର୍ଷ ବୟସରେ ସମସ୍ତଙ୍କୁ କନ୍ଦାଇ ଆରପାରିକୁ ଚାଲିଯାଇଛନ୍ତି । ତେବେ ବାପିଙ୍କ ଜୀବନରେ ଏପରି କିଛି ରହସ୍ୟଜନକ କଥା ହୁଏତ ଆପଣମାନେ ଜାଣିନଥିବେ । ଆସନ୍ତୁ ଜାଣିବା:-

୧- ବାପି ୧୯୮୩ରୁ ୧୯୮୫ ମଧ୍ୟରେ ୧୨ଟି ସୁପର ହିଟ୍ ସିଲଭର ଜୁବୁଲି ମୁଭିରେ କମ୍ପୋଜ୍ କରି ରେକର୍ଡ କରିଥିଲେ ।

୨- ବାପି କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କର ସମ୍ପର୍କୀୟ ଅଟନ୍ତି । କିଶୋର ଦା’ ବାପିଙ୍କର ମାମୁଁ ହେବେ । ମାମୁଁଙ୍କର ସହଯୋଗରେ ବାପି ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ।

୩- ୧୯୮୬ରେ ବାପି ୩୩ଟି ଫିଲ୍ମରେ ୧୮୦ଟି ଗୀତ ରେକର୍ଡିଂ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିଲେ ।

୪- ଏକମାତ୍ର ଭାରତୀୟ ଭାବେ ବାପି ୧୯୮୯ରେ ଜୋନାଥନ ରୋସଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ବିବିସି ଲଣ୍ଡନରେ ଲାଇଭ୍ ଫରଫର୍ମାନ୍ସ ଦେଇଥିଲେ ।

୫- ବିଧବାମାନଙ୍କୁ ଏନଜିଓ ମାଧ୍ୟମରେ ନ୍ୟାୟ ପ୍ରଦାନ କରିବା ଯୋଗୁଁ ସେ ହାଉସ୍ ଅଫ୍ ଲର୍ଡ୍ସ ଦ୍ୱାରା ସମ୍ମାନିତ ହୋଇଥିଲେ ।

୬- ୨୦୧୪ରେ ବାପି ୭୫୪ ଗ୍ରାମର ସୁନା ଅଳଙ୍କାର ପରିଧାନ କରିଥିଲେ, ଯାହାର ମୂଲ୍ୟ ଥିଲା ୧୭ ଲକ୍ଷ ୬୭ ହଜାର ୪୫୧ ଟଙ୍କା ।

୭- ୨୦୧୧ରେ ବାପି ନିଜର ମ୍ୟୁଜିକ୍ ଆଲବମ୍ ୱାକିଂ ଅନ୍ ଲଭ୍ ପ୍ରସ୍ତୁତ କରିଥିଲେ, ଯେଉଁଥିରେ କି ଆମେରିକା ଆଇଡଲ ପ୍ରତିଯୋଗୀ ଶାଉନ୍ ବାରୋଜଙ୍କ ଝଲକ ରହିଥିଲା ।

୮- ହଲିଉଡ ଫିଲ୍ମ ‘ୟୁ ଡୋଣ୍ଟ ମେସ୍ ୱିଥ ଦ ଜୋହାନସ’ର ହିଟ ଗୀତ ‘ଜିମି ଜିମି ଆଜା ଆଜା’ ବାପିଙ୍କର କୃତୀ ଥିଲା ।

୯- ବାପି ନିୟମିତ ୮-୯ ସୁନା ଚେନ ପରିଧାନ କରିଥାନ୍ତି ।

୧୦- ଗୋଟିଏ ଦିନରେ ସର୍ବାଧିକ ଗୀତ ରେକର୍ଡିଂ କରିବାର ରେକର୍ଡ ବାପିଙ୍କ ନାମରେ ରହିଛି ।

Get real time updates directly on you device, subscribe now.