fbpx

ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ୍ ସହିଦ, ୬ ଯବାନ ଗୁରୁତର

ନୂଆଦିଲ୍ଲୀ: ଭାରତୀୟ ସେନା ଉପରେ ପୁଣିଥରେ ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ । ଏହି ଆକ୍ରମଣରେ ୪ ଜଣ ବୀର ଯବାନ୍ ସହିଦ ହୋଇଛନ୍ତି । ଏହାବ୍ୟତୀତ ୬ ଜଣ ଯବାନ୍ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି । ଆତଙ୍କବାଦୀ ସଂଗଠନର ଅଚାନକ ଆକ୍ରମଣରେ ଭାରତୀୟ ସେନାର ୪ ଜଣ ବୀର ଯବାନ ସହିଦ ହୋଇଛନ୍ତି ।

ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର କାଠୁଆ ଅଞ୍ଚଳରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ବେଳେ ଅଚାନକ ଆକ୍ରମଣ କରିଥିଲେ ଆତଙ୍କବାଦୀ । ତେବେ ଏହାର ପାଲଟା ଜବାବ ଦେବା ମଧ୍ୟରେ ଦେଶର ୪ ଜଣ ସାହସୀ ଯବାନ ଆଖି ବୁଜିଛନ୍ତି । ଏହାବ୍ୟତୀତ ୬ ଜଣ ଯବାନ୍ ଗୁରୁତର ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ସେନା ଏବଂ ଆତଙ୍ବାଦୀ ମଧ୍ୟରେ ଫାୟାରିଙ୍ଗ ଜାରି ରହିଥିବା ଜଣାଯାଇଛି । ସମ୍ପୂର୍ଣ୍ଣ ଇଲାକାକୁ ସୁରକ୍ଷାବଳ ଘେରି ନେଇଥିବା ବେଳେ ଆତଙ୍କବାଦୀ ସଂଗଠନକୁ ଉଚିତ ଦେବା ପାଇଁ ପାଲଟା ଆକ୍ରମଣ ଜାରି ରଖିଛି । ସେପଟେ ସୂଚନା ମିଳିବା ମାତ୍ରେ ଜମ୍ମୁ ରେଞ୍ଜର ଡିଆଇଜି ସୁନୀଲ ଗୁପ୍ତା ଏନକାଉଣ୍ଟର ସ୍ପଟ ଅଭିମୁଖେ ବାହାରିଛନ୍ତି । ଏହାସହିତ ସ୍ପେଶାଲ ଅପରେସନ୍ ଗ୍ରୁପ ମଧ୍ୟ ଘଟଣାସ୍ଥଳକୁ ଯାଇଛି ।

ଆତଙ୍କବାଦୀମାନେ ମରାଡ ଗ୍ରାମ ପାଖରେ ସେନାଙ୍କ ବାହନ ଉପରେ ଆକ୍ରମଣ କରିଥିଲେ । ଏହା ପରିବର୍ତ୍ତେ ଭାରତୀୟ ସେନାର ଅଞ୍ଚଳକୁ ସିଲ କରାଯାଇଛି ଏବଂ ଆତଙ୍କବାଦୀମାନଙ୍କ ଅନୁସନ୍ଧାନ ଆରମ୍ଭ କରାଯାଉଛି । ଏହି ଆକ୍ରମଣ କଠୁଆ ଜିଲ୍ଲାର ମଛେଡି ଅଞ୍ଚଳର ଧଡନୋଟା ଗାଁରେ ସେହି ସମୟରେ ହୋଇଥିଲା ଯେଉଁ ସମୟରେ ସେନର ଯବାନ ନିଜ ରୁଟିନ ଗସ୍ତରେ ଥିଲେ ।

Get real time updates directly on you device, subscribe now.